ଓଡିଆନ୍ ନ୍ୟୁଜ

112

ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର

Team Odian News |

ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର,୨୮/୫(ଓଡ଼ିଆନ୍‍ ନ୍ୟୁଜ୍‍): ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର ଏଭରେଷ୍ଟରୁ ସଫଳତାର ସହ ଉଦ୍ଧାର । ଏନେଇ ସୂଚନା ଦେଇଛି ରାଜ୍ୟ କ୍ରୀଡ଼ା ବିଭାଗ। କଳ୍ପନାଙ୍କ ମରଶରୀରକୁ ସେରପା ଓ ଉଦ୍ଧାରକାରୀଙ୍କ ସହାୟତାରେ ବେସକ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ବେସ୍ କ୍ୟାମ୍ପରୁ  କାଠମାଣ୍ଠୁ ନିଆଯିବ।ଉଲ୍ଲେଖନୀୟ ଯେ , ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା  ଗତ ୨୪ ତାରିଖରେ ମିଳିଥିଲା। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା।

ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ ।