ଓଡିଆନ୍ ନ୍ୟୁଜ

100

ବରୁଣା ପଞ୍ଚାୟତରୁ ବିଜେଡ଼ିର ପଦଯାତ୍ରା ଆରମ୍ଭ କଲେ ସାଂସଦ ପ୍ରତାପ ଦେବ

Team Odian News |

ବରୁଣା ପଞ୍ଚାୟତରୁ ବିଜେଡ଼ିର ପଦଯାତ୍ରା  ଆରମ୍ଭ କଲେ ସାଂସଦ ପ୍ରତାପ ଦେବ
ରାଜକନିକା,୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ରାଜକନିକା ବ୍ଲକ୍‍ର ବରୁଣା ଗ୍ରାମପଞ୍ଚାୟତରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡ଼ି ପକ୍ଷରୁ ଲୋକ ସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି  । ରାଜ୍ୟସଭା ସାଂସଦ ତଥା ବିଜେଡ଼ିର ମୁଖପାତ୍ର ପ୍ରତାପ କେଶରୀ ଦେବ ନିଜ ନିର୍ବାଚନୀ ମଣ୍ଡଳୀ ବରୁଣା ଗ୍ରାମରୁ ଶତାଧିକ ଦଳୀୟ କର୍ମୀଙ୍କ ସହିତ ପଦଯାତ୍ରା ଆରମ୍ଭ କରିଛନ୍ତି  ।  ବିଜେଡ଼ିର ବରିଷ୍ଠ ନେତା ତଥା ବରୁଣା ଗ୍ରାମପଞ୍ଚାୟତର ସରପଞ୍ଚ ଉତ୍ତମ ସେନାପତିଙ୍କ ମୁଖ୍ୟ ସଂଯୋଜନାରେ ଅନୁଷ୍ଠିତ ଏହି ପଦଯାତ୍ରା ଅବସରରେ  ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାରେ ଅବହେଳା, ମହାନଦୀକୁ ନେଇ କେନ୍ଦ୍ରର ଦୋମୁହାଁ ନୀତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ତୈଳ ଦର ବୃଦ୍ଧି ସାଙ୍ଗକୁ ଓଡ଼ିଶାର ଜନହିତକର ଯୋଜନାରେ ଖର୍ଚ୍ଚ କାଟ୍‍ ପ୍ରସଙ୍ଗକୁ  ସାଂସଦ ଶ୍ରୀଦେବ ତୀବ୍ର ସମାଲୋଚନା କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିର ପର୍ଯ୍ୟବେକ୍ଷକ ଶରତ ସାହୁ, ସମିତି ସଭ୍ୟା ଉର୍ମିଳା ବେହେରା, ନାରୀନେତ୍ରୀ ଆଶାଲତା ସେନାପତି,ଜିଲାପରିଷଦ ସଭ୍ୟା କଳ୍ପନା ମହାପାତ୍ର,ପୂର୍ବତନ ଜିଲାପରିଷଦ ସଭ୍ୟ ଶ୍ରୀନିବାସ ପ୍ରଧାନ, ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଅମର ବେହେରା, ହରିଶ ଚନ୍ଦ୍ର ରାଉତ, ଦିପକ ରାଉତ, ସୌଭାଗ୍ୟ ବାରିକ୍‍, ବଦ୍ରିନାରାୟଣ ବାରିକ୍‍, ସୁଧାକର ରାଉତ, ଶୈଳେନ୍ଦ୍ର ବେହେରା, ଅନାମ ଚରଣ ବେହେରା, ପୁଷ୍ପଲତା ରାଉତ ଏବଂ ସଂଯୁକ୍ତା ବେହେରା ପ୍ରମୁଖ ଯୋଗଦେଇଥିଲେ  । ଏହି ଅବସରରେ  ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ମୂର୍ତ୍ତିକୁ ସାଂସଦ ଶ୍ରୀ ଦେବ ଉନ୍ମୋଚନ କରିବା ସହିତ  ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ବରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ ଗୃହକୁ ଉଦ୍‍ଘାଟନ କରିଛନ୍ତି  । ବର୍ଷା ଏବଂ କୋହଲା ପାଗ ସତ୍ୱେ ଏହି ସମସ୍ତ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ଏବଂ ମହିଳାମାନେ ଯୋଗଦେଇଥିଲେ  । ଏହା ସହିତ କିଛି କର୍ମୀ ବିଜେଡ଼ି ଦଳରେ ଯୋଗଦେଇଥିଲେ  ।