ଓଡିଆନ୍ ନ୍ୟୁଜ

115

ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର

Team Odian News |

ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର
ଭୁବନେଶ୍ୱର,୨୮/୫(ଓଡ଼ିଆନ୍‍ ନ୍ୟୁଜ୍‍):ଜାହାଜ ଚଳାଚଳରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର ।  ପୂର୍ବରୁ ୨୪ ଘଣ୍ଟା ଭିତରେ ୨୭ଟି ଜାହାଜ ପାରାଦୀପ ବନ୍ଦର ପୋତାଶ୍ରୟରେ ଚଳାଚଳ କରିଥିବା ବେଳେ ଗତକାଲି ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

ଗୋଟିଏ ଦିନରେ ପାରାଦୀପ ପୋର୍ଟରେ ୩୦ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ଭିତରେ ୧୦ଟି ଜାହାଜ ବନ୍ଦର ଭିତରକୁ ଆସିଥିବା ବେଳେ ୯ଟି ଜାହାଜ ବନ୍ଦର ପୋତାଶ୍ରୟରୁ ବାହାରକୁ ଯାଇଛି । ସେହିଭଳି ବିଭିନ୍ନ ପଣ୍ୟସାମଗ୍ରୀ କାରବାର ପାଇଁ ୧୧ଟି ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି । ଆହୁରି ୩୯ଟି ଜାହାଜ ବନ୍ଦର ଭିତରକୁ ଆସିବା ପାଇଁ ଆଙ୍କରେଜ୍ ଏରିଆରେ ଅପେକ୍ଷା କରି ରହିଥିବା କହିଛନ୍ତି ବନ୍ଦର କର୍ତୃପକ୍ଷ । ପାରାଦୀପ ପୋର୍ଟର ଏହି ରେକର୍ଡ ପାଇଁ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଶ୍ରେୟ ଦିଆଯାଇଛି।