
ଓଡିଆନ୍ | ନ୍ୟୁଜ |
.png)
![]() |
178 |
ଗାଁ ରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର
ଗାଁ ରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର
ଢେଙ୍କାନାଳ,୨/୬ (ଓଡିଆନ ନ୍ୟୁଜ): ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ମିନି ଷ୍ଟାଡିୟମରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।
କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଛି। ସେଠାରେ ଲୋକେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଶେଷ କୃତ୍ୟ କରାଯିବ । ଆଜି ସକାଳେ କଳ୍ପନାଙ୍କ ମରଶରୀର ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲା। ସେଠାରୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା। ସେଠାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ।
ଗତ ୨୩ ତାରିଖରେ ଏଭରେଷ୍ଟ ଆରୋହଣ କରି ଫେରିବା ବେଳେ ଅଧା ରାସ୍ତାରେ କଳ୍ପନାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।