ଓଡିଆନ୍ ନ୍ୟୁଜ

104

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

Team Odian News |

ଯୁବକଙ୍କୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡ଼ା ,୨/୬ (ଓଡିଆନ ନ୍ୟୁଜ):  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଯୁବକଙ୍କ ନାଁ ସଞ୍ଜୟ ପ୍ରଧାନ ।ଆଜି ସକାଳେ ସଞ୍ଜୟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ହଠାତ୍‌ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗାଁ ଲୋକ କୁମ୍ଭୀର ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

ସୂଚନାଥାଉ କି, ମାର୍ଚ୍ଚ ୭ରେ ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିଲେ। ସେ ଘାଟରେ ଗାଧୋଉଥିବା ବେଳେ ହଠାତ୍‌ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢି ସେ କୌଣସି ମତେ ନିଜକୁ ବଞ୍ଚାଇଥିଲେ।