ଓଡିଆନ୍ ନ୍ୟୁଜ

193

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ପାସ୍‌ ହାର ୭୨.୩୩ ପ୍ରତିଶତ

Team Odian News |

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଚଳିତ ବର୍ଷ ପାସ୍‌ ହାର ୭୨.୩୩ ପ୍ରତିଶତ 
ଭୁବନେଶ୍ୱର,୩/୬ (ଓଡିଆନ ନ୍ୟୁଜ): ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଯେଉଁ ଯେଉଁ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି, ସେହି କଲେଜ ଗୁଡିକ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବ’।ପ୍ରଥମେ ଅନୁଧ୍ୟାନ କରାଯିବ, ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ ହଜାର ୭୦୬ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଚଳିତ ବର୍ଷ ପାସ୍‌ ହାର ୭୨.୩୩ ପ୍ରତିଶତ ରହିଛି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍।