ଓଡିଆନ୍ ନ୍ୟୁଜ

139

ପ୍ରଥମ ଥର ପାଇଁ ପାରାଦୀପରେ ପହଞ୍ଚିଲା ଆମେରିକାର ଅଶୋଧିତ ତୈଳ ବୋଝେଇ ଜାହାଜ

Team Odian News |

ପ୍ରଥମ ଥର ପାଇଁ ପାରାଦୀପରେ ପହଞ୍ଚିଲା ଆମେରିକାର ଅଶୋଧିତ ତୈଳ ବୋଝେଇ ଜାହାଜ
ପାରାଦୀପ,୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍): ପାରାଦୀପ ବନ୍ଦରକୁ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବୋଝେଇ ଜାହାଜ ଆମେରିକାରୁ ଆସିଛି। ଭାରତ ସରକାରଙ୍କ ନିୟନ୍ତ୍ରଣାଧିନ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ’ ୧.୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଓଡ଼ିଶାର ବନ୍ଦର ନଗରୀକୁ ଆମଦାନୀ କରିଛି। ଏକ ବିଶାଳ ଜାହାଜ ‘ଏମ୍‌ଟି ନ୍ୟୁ ପ୍ରସପିଓରିଟି’ ୨ମିଲିୟନ ଅଶୋଧିତ ତୈଳ ନେଇ ଆମେରିକାର ଗଲ୍‌ଫ ତଟରୁ ଗତ ଅଗଷ୍ଟ ୧୯ରେ ବାହାରି ସୋମବାର ପାରାଦୀପ ବନ୍ଦରରେ ପହଞ୍ଚିଛି। ପାରାଦୀପ ବନ୍ଦର ଉପକୂଳରୁ ପାଖାପାଖି ୨୦ କିଲୋମିଟର ଦୂରରେ ଅବସ୍ଥିତ ଏସ୍‌ପିଏମ୍‌ ବର୍ଥରେ ଆମେରିକୀୟ ଜାହାଜ ଲାଗିଛି। ଏଥିରେ ଥିବା ଅଶୋଧିତ ତୈଳକୁ ପାଇପ ମାଧ୍ୟମରେ ଆଇଓସିଏଲ୍‌ ବିଶୋଧନାଗାରକୁ ଅଣାଯାଉଛି। ବିଶୋଧନ ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ତେଲ ଯିବ।

ଆମେରିକାରୁ ଆସିଥିବା ଅଶୋଧିତ ତୈଳକୁ ଆଇଓସି ପାରାଦୀପ ଓ ପଶ୍ଚମବଙ୍ଗର ହଳଦୀଆ, ବିହାରର ବାରାଉଣୀ ଓ ଆସାମର ବୋଙ୍ଗଇଗାଓରେ ଥିବା ବିଶୋଧନାଗାରରେ ବିଶୋଧନ କରାଯିବ। ବିଶାଳ ଜାହାଜ ପହଞ୍ଚିବା ପରେ ପାରଦୀପରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଇଓସିର ଅଧିକାରୀ ଓ କର୍ମଚାରୀ, ତୈଳ ମନ୍ତ୍ରାଳୟ ଓ ଆମେରିକୀୟ ଦୂତାବାସର ଅଧିକାରୀମାନେ ଉପସ୍ଥିତ ଥିଲେ।