ଓଡିଆନ୍ ନ୍ୟୁଜ

146

ଏଣିକି ଅଫିସ ୧୦ଟାରୁ ସାଢ଼େ ୫ ; ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି

Team Odian News |

ଏଣିକି ଅଫିସ ୧୦ଟାରୁ ସାଢ଼େ ୫ ; ପ୍ରତି ୪ର୍ଥ ଶନିବାର ସରକାରୀ ଛୁଟି
ଭୁବନେଶ୍ୱର,୨୨/୬(ଓଡ଼ିଆନ୍‍ ନ୍ୟୁଜ୍‍)  : ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହା ସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ। ତା’ଛଡ଼ା ସରକାରୀ କର୍ମଚାରୀମାନେ ଏଣିକି ସକାଳ ୧୦ଟାରୁ ଅପରାହ୍ନ ସାଢ଼େ ୫ଟା ପର‌୍ୟ୍ୟନ୍ତ ଅଫିସରେ ରହିବାକୁ ବାଧ୍ୟ ହେବେ।ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢ଼େ ୧.୩୦ରୁ ୨ଟା ପର‌୍ୟ୍ୟନ୍ତ ମାତ୍ର ୩୦ମିନିଟର ‘ଲଞ୍ଚ ବ୍ରେକ୍’ ମିଳିବ। ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢ଼େ ୧ଟା ପର‌୍ୟ୍ୟନ୍ତ ଖୋଲା ରହିବ। ପ୍ରଶାସନିକ କାର‌୍ୟ୍ୟରେ ଫାଇଭ୍ ଟି (ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ)କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର‌୍ୟ୍ୟକ୍ରମ ଆୟୋଜନ କରିବେ। ରାଜ୍ୟର ବିକାଶ କ୍ଷେତ୍ରରେ ସେମାନେ ନିଜ ନିଜର ଅଭିନବ ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ।