ଓଡିଆନ୍ ନ୍ୟୁଜ

85

ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିଲେ ତିନି ଠାକୁର

Team Odian News |

ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିଲେ ତିନି ଠାକୁର
ପୁରୀ,୫/୭(ଓଡ଼ିଆନ୍‍ ନ୍ୟୁଜ୍‍) : ପ୍ରଶାସନର ସମସ୍ତ ସମୟ ସାରଣୀକୁ ଭୁଲଭାଲ କରିଦେଇ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ଦାରୁଦିଅଁ। ଏଥିସହିତ ଆଜିଠାରୁ ଆରମ୍ଭ ହୋଇଛିି ନବଦିନାତ୍ମକ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

ଖାସ୍ ଭକ୍ତ ଓ ଭଗବାନଙ୍କର ଏହି ମହାମିଳନ ପାଇଁ ଇନ୍ଦ୍ର ଦେବତା ଚାନ୍ଦୁଆ ଭଳି ଆକାଶକୁ ବାଦଲରେ ଢାଙ୍କି ରଖିଥିଲେ। ଏପଟେ ପହଣ୍ଡିରେ ହେଉ କି ରଥଟଣା, ଆଦୌ ଅଝଟ କରିନଥିଲେ ଠାକୁରେ। ବରଂ ମହାପ୍ରଭୁଙ୍କର ଦୃଷ୍ଟି ବଡ଼ଦାଣ୍ଡ ପରିବେଶକୁ ଭାବଗମ୍ଭୀର କରିଦେଉଥିଲା।  କିଏ ହାତଟେକି ପୂର୍ଣ୍ଣ ପ୍ରାଣରେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରୁଥିଲେ। ଆଉ କାହା ଆଖିରୁ ଧାର ଧାର ଲୁହ ଠପ୍ ଠପ୍  ଝରି ପଡୁଥିଲା।ଭାବର େଡାରିରେ ମହାପ୍ରଭୁ ଭକ୍ତଙ୍କୁ ଏଭଳି ଜାବୁଡ଼ି ଧରିଥିଲେ ଯେ ବାଳୁତ ଠାରୁ ବୃଦ୍ଧ, ଯୁବକ ହୁଅନ୍ତୁ କି ମହିଳା, ବୟସ ନିର୍ବିେଶଷରେ ୮ଲକ୍ଷ ଶ୍ରଦ୍ଧାଳୁ ତିନି ରଥ ସହ ଟାଣି େହାଇଯାଇଥିଲେ ଶ୍ରୀଗୁଣ୍ଡିଚା ମନ୍ଦିର ପର‌୍ୟ୍ୟନ୍ତ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ର କ୍ଷତ ସହରରେ ଅଳ୍ପବହୁତେ ବାରି େହଉଥିଲା। କିନ୍ତୁ ଏହାର ସାମାନ୍ୟତମ ପ୍ରଭାବ ଭକ୍ତଙ୍କ ଉପରେ ନଥିଲା, ଏହା ସେମାନଙ୍କ ଉପସ୍ଥିତି ସୂଚାଇ ଦେଇଥିଲା।

ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଠିଆ େହାଇ ରହିଥିଲେ, ଟିକିଏ ପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ। ଘର୍ଘର ନାଦ କରି ତାଳଧ୍ବଜ, ଦର୍ପଦଳନ, ନନ୍ଦିେଘାଷ େଯତେବେଳେ ସିଂହଦ୍ବାର ରଥଚକଡା ଛାଡ଼ି ଆଗକୁ ବଢୁଥିଲେ ସତେ ଅବା ବଡ଼ଦାଣ୍ଡରେ ତିନିଟି ମନ୍ଦିର ଚାଲିବାର ଭ୍ରମ ସୃଷ୍ଟି େହଉଥିଲା।ଭକ୍ତ ସହିତ ମିଳନର ଉତ୍ସୁକତା ଏମିତି ବଢିଯାଇଥିଲା େଯ ଆଜି ସ୍ବୟଂ ମହାପ୍ରଭୁ ଶ୍ରୀମନ୍ଦିର, ଲକ୍ଷ୍ମୀଙ୍କ ପରସା ଛାଡ଼ି ସଅଳ ସଅଳ ବାହାରିବା ପାଇଁ ବାଧ୍ୟ କରିଥିଲେ ନିଜ ପ୍ରିୟ ସେବକଙ୍କୁ। ଚତୁର୍ଧାମୂର୍ତିଙ୍କ ବ୍ୟଗ୍ରତା ଦେଖି ମଙ୍ଗଳ ଆଳତିଠାରୁ ଆରମ୍ଭ କରି େଗାପାଳ ବଲ୍ଲଭ, ମଙ୍ଗଳାର୍ପଣ ଯାଏ ସବୁକିଛି ନିର୍ଧାରିତ ସମୟ ଆଗରୁ ଆରମ୍ଭ େହାଇଯାଇଥିଲା। ଆଉ ପ୍ରଶାସନ ଧାର‌୍ୟ୍ୟ କରିଥିବା ସମୟର ଦେଢଘଣ୍ଟା ପୂର୍ବରୁ ଆସ୍ଥାନ ଛାଡ଼ି ଶ୍ରୀ ଜିଉ ଉଭା ହୋଇଥିଲେ ସାତ ପାହାଚରେ।

େଯମିତି ଟାହିଆ ଲାଗି େହାଇଥିଲା, ସେମିତି ମହାପ୍ରଭୁ କେତେବେଳ ବାମକୁ, କେତେବେଳେ ଡାହାଣକୁ, କେବେ ଉପରକୁ , ଆଉ କେବେ ବାଙ୍କ ଚାହାଣିରେ ଭକ୍ତଙ୍କୁ ଛାଇ ବଢିଥିଲେ ଆଗକୁ ଆଗକୁ। େଦାଳାୟମାନ ଟାହିଆରେ ମହାପ୍ରଭୁଙ୍କ ଚାଲି ଏତେ ଆକର୍ଷଣୀୟ ଥିଲା େଯ ଉଛୁଳି ଉଠୁଥଲେ ଭକ୍ତ ସମୂହ। ଘଣ୍ଟନାଦ, ହରିବୋଲ, ହୁଳୁହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ େହାଇ ଉଠୁଥିଲା ବଡ଼ ଦାଣ୍ଡ। ଭଗବାନଙ୍କ ସହ ଏକାକାର ହୋଇଯାଇଥିଲେ ଭକ୍ତ।

କେତେବେଳେ ଝିପି ଝିପି ବର୍ଷା ହୋଇଥିଲା, ଆଉ କେତେବେଳେ ହାଲୁକା ପାଣି ଖରା ବିଛାଡ଼ି ହୋଇ ପଡୁଥିଲା। କେତେବେଳେ ପୁଣି ଗୁଳୁଗୁଳିରେ ଭକ୍ତ ଅସ୍ତବ୍ୟସ୍ତ େହାଇପଡୁଥିଲେ, ଆଉ ମେଘ ଢାଙ୍କି ସୂର‌୍ୟ୍ୟଙ୍କ ତାପରୁ ଭକ୍ତଙ୍କୁ ସୁରକ୍ଷା ଦେଉଥିଲେ ପ୍ରଭୁ। ଝିପି ଝିପି ବର୍ଷା ଓ ଖରାର ଲୁଚକାଳି ଭିତରେ ବଡ଼ଦାଣ୍ଡ କିନ୍ତୁ ସକାଳ ପହରୁ ଲୋକାରଣ୍ୟ ହୋଇ ଉଠିଥିଲା। ଦେଶ ବିଦେଶରୁ ପାଖାପାଖି ୮ ଲକ୍ଷରୁ ଅଧିକ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଉଦ୍ଦେଶ୍ୟ, କେବଳ ବ୍ରହ୍ମାଣ୍ଡକର୍ତାଙ୍କୁ ରଥ ଉପରେ ଟିକିଏ ଦେଖିବେ।

ଗତକାଲି ନବଯୌବନ ପରଠାରୁ ଶ୍ରୀଜିଉମାନଙ୍କ ନୀତିରେ ଶୃଙ୍ଖଳା ଦେଖାଦେଇଥିଲା। ଆଜି ଏହାର ପ୍ରଭାବ ପଡ଼ିଥିଲା ରଥଯାତ୍ରା ନୀତିରେ। ଆଜି ସେବକମାନେ ନୀତିକାନ୍ତିକୁ ଆହୁରି ସଅଳ ସମାପନ କରିଥିଲେ। ନିର୍ଧାରିତ ସମୟ ପୂର୍ବରୁ ମଙ୍ଗଳ ଆଳତି, ମଇଲମ, ରୋଷହୋମ, ଅବକାଶ, ସୂର‌୍ୟ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଓ ଗୋପାଳବଲ୍ଲଭ ହୋଇଥିଲା। ସକାଳ ୯ଟା ବେଳେ ରଥ ପ୍ରତିଷ୍ଠା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ସକାଳ ୮ଟା ସୁଦ୍ଧା ଏହା ଶେଷ ହୋଇଥିଲା। ୮ଟା୨୦ରେ ବିଜେ କାହାଳୀ ବାଜିବା ପରେ ସୁଦର୍ଶନ ମହାପ୍ରଭୁ ଗୋଟି ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ।

ଆଜି ବ୍ୟତିକ୍ରମ ଥିଲା, ବଡ଼ଠାକୁର ଓ ମା’ ସୁଭଦ୍ରା ଶୀଘ୍ର ଶୀଘ୍ର ପହଣ୍ଡିରେ ଯାଇ ରଥାରୂଢ଼ େହାଇଥିଲେ। ଅଳ୍ପ କିଛି ମୂହୂର୍ତର ବ୍ୟବଧାନରେ ଉଭୟ ରଥରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। କିନ୍ତୁ ମହାପ୍ରଭୁ-ଭକ୍ତଙ୍କ ମଧ୍ୟରେ ଲୁଚକାଳି େଖଳ ବେଶ କିଛି ସମୟ ପାଇଁ ଚାଲିଥିଲା। କେଉଁଠି ଦୁଇରୁ ଚାରିମିନିଟ୍‌ ତ ଆଉ କେଉଁଠି ୧୫ ମିନିଟ୍‌ରୁ ଅଧା ଘଣ୍ଟା ଯାଏ ଅଟକି ରହି ମୁଣ୍ଡ ଉଠାଇ ଶ୍ରୀଜଗନ୍ନାଥ ଦେଖୁଥିଲେ ଭକ୍ତଙ୍କୁ। ଗୁମୁଟରେ ମହାପ୍ରଭୁ ଅଟକି ରହିଥିଲେ। ଫୁଲରେ ସଜ୍ଜିତ େହାଇ ରହିଛି ଶ୍ରୀମନ୍ଦିର। କିନ୍ତୁ ଗୁମୁଟରେ ଫୁଲର ଚାନ୍ଦୁଆ ବେଶ ଆକର୍ଷଣୀୟ େହାଇଛି। ଏହାରି ତଳେ ମହାପ୍ରଭୁ ଦୀର୍ଘ ୪୫ମିନିଟ ବିତାଇ ମିଳନ ପାଇଁ ଭକ୍ତଙ୍କ ବ୍ୟଗ୍ରତା, ପ୍ରଶାସନର ଧୈର‌୍ୟ୍ୟର େଢର୍ ପରୀକ୍ଷା ନେଇଥିଲେ। ଶେଷରେ ଇଚ୍ଛାମୟ ଠାକୁରେ ନିଜ ଇଚ୍ଛାରେ ବଢ଼ିଥିଲେ ରଥ ଆଡ଼କୁ।

ପୂର୍ବାହ୍ନ ୧୧ଟା୩୦ ସୁଦ୍ଧା ପହଣ୍ଡି ଶେଷ ‌ହୋଇଥିଲା। ତୁରନ୍ତ ରଥ ଉପରକୁ ବିଜେ କରିଥିଲେ ମଦନମୋହନ। ଜଗତଗୁରୁ ଶଙ୍କରାଚାର‌୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟାହ୍ନ ୧୨ଟାରେ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ଅପରାହ୍ନ ଗୋଟାଏ ୧୦ରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆରମ୍ଭ କରିଥିଲେ ଛେରା ପହଁରା। େଛରା ପହଁରା ସରିଲା, କେଇ କ୍ଷଣ ମଧ୍ୟରେ ଚାରମାଳ ବି ଫିଟାଯାଇ େଘାଡ଼ା େଯାଖା ଯାଇଥିଲା।

ଆରମ୍ଭ ହୋଇଥିଲା ଦାରୁବ୍ରହ୍ମଙ୍କ ରଥଯାତ୍ରା। ନିର୍ଘଣ୍ଟ ସମୟର ଦୁଇଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ଅପରାହ୍ନ ୨ଟା୧୦ରେ ବଡ଼ଠାକୁରଙ୍କ ତାଳଧ୍ବଜ ରଥଟଣା ଆରମ୍ଭ ହୋଇଥିଲା। ବଡଠାକୁରଙ୍କ ରଥ ଅପରାହ୍ନ ୪ଟା ସୁଦ୍ଧା ମାଉସୀ ମା’ ମନ୍ଦିର ଅତିକ୍ରମ କରି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିଥିଲେ।

ଅପରାହ୍ନ ୩ଟା୦୩ରେ ମା’ ସୁଭଦ୍ରାଙ୍କ ଦର୍ପଦଳନ, ଅପରାହ୍ନ ୩ଟା୪୫ ମିନିଟ‌ରେ ନନ୍ଦିଘୋଷ ରଥଟଣା ଆରମ୍ଭ ‌ହୋଇଥିଲା। ସନ୍ଧ୍ୟା ୬ଟା୪୦ରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଲାଗିଥିଲା ମାଉସୀ ମା’ ମନ୍ଦିରରେ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।