ଓଡିଆନ୍ ନ୍ୟୁଜ

151

ଶରଧାବାଲିରେ ଶ୍ରୀଜିଉ; ଆଜି ଅପରାହ୍ନରେ ବିଜେ କରିବେ ଆଡ଼ପ ମଣ୍ଡପ

Team Odian News |

ଶରଧାବାଲିରେ ଶ୍ରୀଜିଉ; ଆଜି ଅପରାହ୍ନରେ ବିଜେ କରିବେ ଆଡ଼ପ ମଣ୍ଡପ

 ପୁରୀ,୫/୭(ଓଡ଼ିଆନ୍‍ ନ୍ୟୁଜ୍‍) : ଶରଧାବାଲିରେ ରଥ ଉପରେ ଥାଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ନରେ ତିନି ଠାକରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ। ଏନେଇ ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡ଼ିଛି।ଆଡ଼ପମଣ୍ଡପକୁ ବିଜେ ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ସାଢେ ୮ଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରନ୍ତି।