ଓଡିଆନ୍ ନ୍ୟୁଜ

193

ବିଜୟ ପାଟକୁରାର ପୁଅ ଓଡିଶା ରାଜନୀତି ପାଇଁ ତାଙ୍କର ଆବଶ୍ୟକତା ରହିଛି: କେନ୍ଦ୍ରମନ୍ତ୍ରୀ ପ୍ରତାପ

Team Odian News |

ବିଜୟ ପାଟକୁରାର ପୁଅ ଓଡିଶା ରାଜନୀତି ପାଇଁ ତାଙ୍କର ଆବଶ୍ୟକତା ରହିଛି: କେନ୍ଦ୍ରମନ୍ତ୍ରୀ ପ୍ରତାପ
କେନ୍ଦ୍ରାପଡା,୧୧/୭(ଓଡ଼ିଆନ୍‍ ନ୍ୟୁଜ୍‍) - କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ପାଇଁ ଭାରତୀୟ ଜନତାଦଳର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ପାଟକୁରାର ପୁଅ ହୋଇପାରନ୍ତି । କିନ୍ତୁ ଓଡିଶା   ବିକାଶରେ  ସେ ସାମିଲ ଥିଲେ ଆଜି ମଧ୍ୟ ଓଡିଶାର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ । ତେବେ ରାଜନୀତିରେ ତାଙ୍କର ଆବଶ୍ୟକତା ବହୁତ ଥିବାବେଳେ ସେ ବିଧାନସଭାକୁ ପଶିଲେ ବିଜେଡି ସରକାରର ମୁଖା ଖୋଲିଯିବ ବୋଲି ଆଜି ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିକୁ ପ୍ରଚାରରେ ଆସି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ସେଥିରେ ବିଜେଡି ସରକାର ଏବଂ ବିଜେଡି ମୁଖିଆ ଭ ୟଭିତ । ତେଣୁ ଯେନତେନ ପ୍ରକାରେ କଳେ ବଳେ କୈାଶଳେ ବିଜୟଙ୍କୁ  ରୋକିବା ପାଇଁ ଭୟଭିତ ବିଜେଡି ମୁଖିଆ ଏହି ନିର୍ବାଚନ ମଣ୍ଡଳିକୁ ଡଜେନରୁ ଅଧିକ ମନ୍ତ୍ରୀ ଏବଂ ବିଧାୟକ ଏଠାରେ ପଂଚାୟତ ଜଗେଇଛି  । ତାହାସତ୍ୱେ ମଧ୍ୟ  ବିଜୟ ଏଠାରୁ ଜିତିବେ । ପାଟକୁରାବାସୀ ତାଙ୍କର ସ୍ୱାଭିମାନ ରକ୍ଷା କରି ବିଜୟଙ୍କୁ ଏଠାରୁ ଜିତାଇବେ ।  କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଘର ଯୋଗାଇଦେବା ସହ ଘରେ ଘରେ ପାଇପ ପାଣି ,ବିଦ୍ୟୁତ ସହ ପ୍ରତି ଘରକୁ ରୋଷେଇ ଗ୍ୟାସ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାକୁ ରାଜ୍ୟ ସରକାର ଏଠାରେ ଲାଗୁ କରିନଥିବା ବେଳେ ଗରୀବ ମା’ଭଉଣୀମାନେ ଆଜି ସ୍ୱାସ୍ଥ୍ୟ ସେବା ଯୋଜନାରୁ ବଂଚିତ ହୋଇଛନ୍ତି । ସେହିପରି କେନ୍ଦ୍ର ସରକାର କୃଷକମାନଙ୍କୁ ୬ ହଜାର ଟଙ୍କା ବାର୍ଷିକ ଦେବାକୁ ଚାହୁଁଥିବା ବେଳେ ଏ ପର୍ଯ୍ୟନ୍ତ ଏ ରାଜ୍ୟ ସରକାର ଚାଷୀଙ୍କ ନାଁ ଦେଇପାରୁ ନାହାନ୍ତି । କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦା ସତ୍ୱେ  ଏ ସରକାର ଅସହଯୋଗ ହେତୁ ଚାଷୀମାନେ କିଭଳି ପଇସା ପାଇବେ ତାହା ଚିନ୍ତାର କାରଣ ହୋଇଛି । 
                          ରାଜ୍ୟ ସରକାର ଖଣି,ପାଣି ସହ ପି.ସି.କାରବାରରେ ସଂପୃକ୍ତ । ଯେଉଁଥି ପାଇଁ ରାଜ୍ୟର ବିକାଶରେ ବାଧାସୃଷ୍ଟି ହୋଇଛି । ଆପଣମାନେ ସେ ସଂପର୍କରେ ସବୁ ଜାଣିଥିବା ବେଳେ କେନ୍ଦ୍ରର ବିଜେପି ସରକାରର ୫ବର୍ଷରେ କଣ ସବି ଯୋଜନା କରିଛନ୍ତି ତାହା ମଧ୍ୟ ଆପଣମାନେ ଜାଣିଛନ୍ତି । ଆଜି ମୋ ଭଳି ଜଣେ କେନ୍ଦ୍ର ସରକାରରେ ମନ୍ତ୍ରୀଙ୍କୁ ଯେଉଁ ବିଭାଗ ମିଳିଛି ତାହା ଅଧିନରେ ଯେତେ ଯୋଜନା ଅଛି ମୋ ଭଉଣୀ ଭାଇମାନେ ତାହାର ସୁଯୋଗ ନେବା ଉଚିତ । ମୁଁ କେନ୍ଦ୍ରରେ ମନ୍ତ୍ରୀ ହେଉ ହେଉ ବିଜୟ ବାବୁ ମୋତେ ଫୋନରେ ଶୁଭେଛା ଜଣାଇବା ସହ ଓଡିଶା ବାସୀଙ୍କ ପାଇଁ ଆପଣକ ଦ୍ୱାରା କ’ଣ ହୋଇପାରିବ ତୁରନ୍ତ ଜନସାଧାରଣଙ୍କୁ ସେହି ସୁବିଧା ଯୋଗାଇଦେବା ପାଇଁ କହିଥିଲେ । ତେଣୁ ପାଟକୁରାର ବିକାଶ ସହିତ ଓଡିଶାର ବିକାଶ ପାଇଁ ବିଜୟ ମହାପାତ୍ରଙ୍କୁ ଜିତାଇବାକୁ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ପଂଚୁପାଣ୍ଡବ ଠାରୁ ଆରମ୍ଭକରି ଡେରାବିଶ ବଜାର,ଦେଇ ଛତା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରୋଡଶୋ ରେ ବକ୍ତବ୍ୟ ରଖିଥିଲେ । ବୁଧବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପଂଚୁପାଣ୍ଡବ ଛକରେ ପହଁଚିବା ପରେ ସେଠାରେ ଦଶହଜାରରୁ ଉଦ୍ଧ୍ୱର୍ ଦଳୀୟ କର୍ମୀ ଓ ଜନସଧାଧାରଣ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପରେ ମନ୍ତ୍ରୀ ସେଠାରୁ ଏକ ଖୋଲାଜିପରେ ଡେରାବିଶ ବଜାର ଦେଇ ଛତାଛକକୁ ରୋଡଶୋ ମାଧ୍ୟମରେ ପ୍ରଚାରରେ ଯାଇଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରାଜ୍ୟ ନେତୃତ୍ୱ କନକ ବର୍ଦ୍ଧନ ସିଂଦେଓ,ଭୃଗୁ ବକ୍ସିପାତ୍ର,ଅଧ୍ୟାପକ ଭୂବନମୋହନ ଜେନା,ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ,ଜିଲ୍ଲା ପରିଷଦ ସଭ୍ୟ ଗଣେଶ ସାମଲ,ଦେବବ୍ରତ ଚୈାଧୁରୀ,ରବି ପାଣି,ମମତାମୟୀ ସାମଲ ପ୍ରମୁଖ ଦଶ ହଜାରରୁ ଉଦ୍ଧ୍ୱର୍ ବିଜେପି କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ଥିଲେ ।