ଓଡିଆନ୍ ନ୍ୟୁଜ

119

ରଥ ଉପରେ ସୁଦର୍ଶନଙ୍କୁ ଆଉଜି ଶୋଇପଡ଼ିଲେ ସେବାୟତ, ଫଟୋ ଭାଇରାଲ

Team Odian News |

ରଥ ଉପରେ ସୁଦର୍ଶନଙ୍କୁ ଆଉଜି ଶୋଇପଡ଼ିଲେ ସେବାୟତ, ଫଟୋ ଭାଇରାଲ
 ପୁରୀ,୧୧/୭(ଓଡ଼ିଆନ୍‍ ନ୍ୟୁଜ୍‍) : ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରେ ମହାପ୍ରଭୁ ସୁଦର୍ଶନଙ୍କୁ ‌ଆଉଜି ବରିଷ୍ଠ ଦଇତାପତି ସେବାୟତ ପ୍ରେମାନନ୍ଦ ଦାସମହାପାତ୍ର ବିଶ୍ରାମ ନେଉଥିବା ବେଳର ଏକ ଫଟୋ ଏବେ ସୋଶାଲ ମିଡିଆରେ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଫଟୋଟି କେଉଁ ସମୟର ତାହା ସଠିକ୍ ଭାବେ ଜଣା ପଡିନଥିଲେ ବି ଜଣେ ବରିଷ୍ଠ ଦଇତାପତି ଭାବେ ପ୍ରେମାନନ୍ଦ ଦାସମହାପାତ୍ର ଏଭଳି ଢଙ୍ଗରେ ବିଶ୍ରାମ ନେବା  ଜଗନ୍ନାଥପ୍ରେମୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏ ନେଇ  ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିନାହିଁ।