ଓଡିଆନ୍ ନ୍ୟୁଜ

143

ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ।

Team Odian News |

ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ  ଫସିଛନ୍ତି ୧୮ ଶ୍ରମିକ
ଗଞ୍ଜାମ,୧୧/୭(ଓଡ଼ିଆନ୍‍ ନ୍ୟୁଜ୍‍): ଦୁବାଇରେ ଫସିଛନ୍ତି ୧୮ ଶ୍ରମିକ। ଗଞ୍ଜାମ ଜିଲ୍ଲାରୁ କାମ କରିବାକୁ ଯାଇ ଦୁବାଇରେ ଏମାନେ ଫସିରହିଥିବା ଜଣାପଡିଛି । ତେବେ ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ କରିଛନ୍ତି ଶ୍ରମିକଗଣ। ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ଏମାନେ। ଶ୍ରମିକଙ୍କ ଉଦ୍ଧାର ପାଇଁ ଶ୍ରମ କମିଶନରଙ୍କ ପାଖରେ ଗୁହାରି କରିଛନ୍ତି ପରିବାର ଲୋକେ। ସୂଚନା ମୁତାବକ, ଗଞ୍ଜାମ ଟିହାଣିଆ, ଉଜ୍ଜ୍ୱଳପୁର, ପଦିନାପଲ୍ଲୀ, ବାଣିଆରୁ , ଓସ୍ତପଡ଼ା, କଇରାସି, ମାଣିକପୁର ଅଞ୍ଚଳରୁ ଦାଦନ ଖଟିବାକୁ ଯାଇଥିଲେ ଶ୍ରମିକ।