ଓଡିଆନ୍ ନ୍ୟୁଜ

169

ଭସାଣି ବେଳେ ଦୁଇସାହି ମଧ୍ୟରେ ଗଣ୍ଡଗୋଳ, ୨ ଗୁରୁତର

Team Odian News |

ଭସାଣି ବେଳେ ଦୁଇସାହି ମଧ୍ୟରେ ଗଣ୍ଡଗୋଳ, ୨ ଗୁରୁତର
ବାଲେଶ୍ୱର, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ବାଲେଶ୍ୱର ଜିଲ୍ଲାରେ ଦୁର୍ଗା ମେଢ଼ ଭସାଣ ବେଳେ ଗଣ୍ଡଗୋଳ ଘଟି ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।ଗତକାଲି ବାଲେଶ୍ୱରରେ ଦୁର୍ଗାମେଢ ଭସାଣି ଚାଲିଥିବାବେଳେ ସିନେମା ଛକରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁଇ ସାହିବାସିନ୍ଦାଙ୍କ ମଧ୍ୟରେ ମାରପିଟ ହେବା ଦ୍ୱାରା ଦୁଇଜଣ ଗୁରୁତର ହୋଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଦୁଇସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ପୋଲିସ ଗଣ୍ଡୋଗଳକାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।