ଓଡିଆନ୍ ନ୍ୟୁଜ

75

ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ ଆସୁଛନ୍ତି କାଳିଆ ଠାକୁର

Team Odian News |

ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ  ଆସୁଛନ୍ତି କାଳିଆ ଠାକୁର
ପୁରୀ,୧୨ା୭( ଓଡ଼ିଆନ୍‍ ନ୍ୟୁଜ୍‍): ଶ୍ରୀକ୍ଷେତ୍ରରେ ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡିବିଜେ ଚାଲିଛି  ।  ପାଗ ଅନୁକୂଳ ରହିଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତମାନଙ୍କ ସମାଗମ ହୋଇଛି  । ଧାଡ଼ି ପହଣ୍ଡିରେ ବିଜେ କରୁଛନ୍ତି ଶ୍ରୀଜୀଉ  । ମା’ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ର ରଥାରୁଢ଼ ହୋଇସାରିଲେଣି  ।  ନିର୍ଦ୍ଧାରତ ସମୟ ପୂର୍ବରୁ ମହାପ୍ରଭୁଙ୍କର ନୀତିକାନ୍ତି ଶୃଙ୍ଖଳାର ସହିତ ସମାପନ ହେଉଛି  । ଆଗରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନକୁ ପଠାଇ ଦେଇ ପଛରେ ଆସୁଛନ୍ତି ମହାପ୍ରଭୁ କାଳିଆ ସାଆନ୍ତ। ଝୁଲି ଝୁଲି, ଦିବ୍ୟ ଟାହିଆ ହଲାଇ  ଆସୁଛନ୍ତି କାଳିଆ ଠାକୁର। ନାକଚଣା  ଦ୍ୱାର ଉନ୍ମୁକ୍ତ ରହିଛି। ଶରଧାବାଲିରେ ଠିଆ ହୋଇ ଭକ୍ତ ଚାହିଁ ରହିଛନ୍ତି ନକଚଣାଦ୍ୱାରକୁ । କେତେବେଳେ ଦିଶିଯିବ ଚକାନୟନ।ଉଚ୍ଛନ୍ନ ହେଲେଣି ଭକ୍ତ। ରଥ, ପଥ ସମସ୍ତେ ଚାହିଁଛନ୍ତି  ହଟିଆ ଠାକୁରଙ୍କ ଦର୍ଶନ ପାଇଁ।  ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । କେତେବେଳେ ସେଇ ଦିବ୍ୟଦର୍ଶନରେ ଏ ଚର୍ମଚକ୍ଷୁ ପବିତ୍ର ହେବ !

ଘୋଷଯାତ୍ରା ଦିନ ଯେମିତି ସବୁ ନୀତିକାନ୍ତି ଶୀଘ୍ର ଶୀଘ୍ର ସମାପ୍ତ ହୋଇଥିଲା, ଆଜି ବି ସେମିତି ସବୁ କିଛି ସଅଳ ଚାଲିଛି। ଦିନ ୧୨ଟାରେ ପହଣ୍ଡି ହେବ ବୋଲି ପୂର୍ବରୁ କୁହାଯାଇଥିଲେ ହେଁ, ସାଢ଼େ ୯ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଯାଇଛି।

ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହୋଇଛି। ଏସବୁ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଛି।

ଘୋଷଯାତ୍ରା ଦିନ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି କୁହାଯାଇଥିଲେ ହେଁ, ଏହାର ଯଥେଷ୍ଟ ପୂର୍ବରୁ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଯାଇଥିଲା।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶରଧାବାଲିରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।