ଓଡିଆନ୍ ନ୍ୟୁଜ

58

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

Team Odian News |

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ
କଟକ,୧୭/୭(ଓଡ଼ିଆନ୍‍ ନ୍ୟୁଜ୍‍) : କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟନ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଚାମ୍ପି‌ଅନ୍‌ସିପରେ ଭାରତ ସମେତ ୧୨ଟି ଦେଶ ଭାଗ ନେଇଛନ୍ତି।
ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍‌ର ପଲା ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍‌ ଶକ୍ତିଶାଳୀ। ଭାରତ ଏହି ଚାମ୍ପିଅନଶିପ୍‌ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ କମଲ ଓ ମନିକା ବାତ୍ରା ଆଶା ରଖିଛନ୍ତି।ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ପାଇଁ କଟକକୁ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।