ଓଡିଆନ୍ ନ୍ୟୁଜ

131

ପରିବେଶ ପରିଚାଳନା କାର୍ଯ୍ୟକାରିତା ରେ ଉତ୍କର୍ଷ ପ୍ରତିପାଦନ ପାଇଁ ଟାଟା ଷ୍ଟିଲ ଖଣିକୁ ୨୦ଟି ପୁରସ୍କାର

Team Odian News |

ପରିବେଶ ପରିଚାଳନା କାର୍ଯ୍ୟକାରିତା ରେ ଉତ୍କର୍ଷ ପ୍ରତିପାଦନ ପାଇଁ ଟାଟା ଷ୍ଟିଲ ଖଣିକୁ ୨୦ଟି ପୁରସ୍କାର
ଯାଜପୁର, ୨୩/୭(ଓଡ଼ିଆନ୍‍ ନ୍ୟୁଜ୍‍): ଟାଟା ଷ୍ଟିଲ ଓର ମାଇନ୍ ଓ କ୍ୱୋରି (ଓଏମ୍କ୍ୟୁ) ଏବଂ ଫେରୋ ଆଲୟେଜ ଓ ମିନରାଲ୍ସ ବିଭାଗ(ଏଫ୍ଏଏମ୍ଡି)କୁ ପରିବେଶ ପରିଚାଳନା ଓ ଖଣିଜ ସଂରକ୍ଷଣ ରେ ଉତ୍କର୍ଷ ପାଇଁ ୨୦ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ଭୁବନେଶ୍ୱର ଶାଖା ଅନ୍ତର୍ଗତ ଜୁଲାଇ ୧୯ ତାରିଖ ଦିନ ହୋଟେଲ କ୍ରାଉନ୍ ଠାରେ ଆୟୋଜିତ ୨୧ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୧୮-୧୯ର ଉଦ୍ଯାପନୀ ସମାରୋହରେ ଟାଟା ଷ୍ଟିଲ କୁ ଉକ୍ତ ପୁରସ୍କାର ଗୁଡ଼ିକ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ, ଆଇବିଏମ୍ ବିଭାଗର ଅତରିକ୍ତ ସଚିବ ଓ କଣ୍ଟ୍ରୋଲର ଜେନେରାଲ (ଆଇ/ସି) ଡଃ କେ ରାଜେଶ୍ୱରା ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବ ବେଳେ ଓଡ଼ିଶା ସରକାରଙ୍କ ଖଣି ନର୍ଦ୍ଦେଶକ ଶ୍ରୀ ଦୀପକ ମହାନ୍ତି, ଓଡ଼ିଶା ସରକାରଙ୍କ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଚିବ ସଦସ୍ୟ ଶ୍ରୀ ଦେବିଦ ବିଶ୍ୱାଳ, ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ, ଆଇବିଏମ୍ ବିଭାଗର ସିଓଏମ୍ ଓ ଚିଫ୍କଣ୍ଟ୍ରୋଲର ଅଫ୍ ମାଇନ୍ସ (ଆଇ/ସି) ଶ୍ରୀ ପିୟୁଶ ନାରାୟଣ ଶର୍ମା ଓ କଣ୍ଟ୍ରୋଲର ଅଫ ମାଇନ୍ସ (ଇଜେଡ) ଶ୍ରୀପଙ୍କଜ କୁଲ ଶ୍ରେଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।
ସୁକିନ୍ଦା ଖଣି ମୁଖ୍ୟ ଶ୍ରୀ ରାଜେଶ ପଟେଲଙ୍କ ନେତୃତ୍ୱ ରେ ଓଏମ୍କ୍ୟୁ ଓ ଏଫଏଏମ୍ଡ଼ି ବିଭାଗ ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଅତିଥିମାନଙ୍କ ନିକଟରୁ ଉକ୍ତ ପୁରସ୍କାର ଗୁଡ଼ିକ ଗ୍ରହଣ କରିଥିଲେ । ଓଏମ୍କ୍ୟୁ ଅନ୍ତର୍ଗତ ଯୋଡ଼ା ପୂର୍ବ ଲୌହ ଖଣି ଓ କାଟାମାଟି ଲୌହ ଖଣିକୁ ୬ଟି ପୁରସ୍କାର, ଏଫ୍ଏଏମ୍ଡ଼ି ବିଭାଗ ଅନ୍ତର୍ଗତ ଯୋଡ଼ା ପଶ୍ଚିମ ଲୌହ ମାଙ୍ଗାନିଜ, ବାମେବାରୀ ଲୌହ ଓ ମାଙ୍ଗାନିଜ ଖଣି, ତ୍ରିରିଙ୍ଗ ପାହାଡ ଲୌହ ଓ ମାଙ୍ଗାନିଜ ଖଣି ଓ ସୁକିନ୍ଦା କ୍ରୋମାଇଟ ଖଣିକୁ ମୋଟ ୧୪ଟି ପୁରସ୍କାର ମିଳିଛି । ଟାଟାଷ୍ଟିଲକୁ ବିଭିନ୍ନ ବିଭାଗ ଯଥା ସାମଗ୍ରିକ ପ୍ରଦର୍ଶନ, ଯୋଜନା ବଦ୍ଧ ଓ ବୈଜ୍ଞାନିକ ବିକାଶ, ଭୂମି ସୁଧାର ଓ ପୁନର୍ବାସ, ଖଣିଜ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଖଣିଜର ଲାଭ, ପ୍ରଚାର ଏବଂ ପ୍ରସାର ଭଳି କ୍ଷେତ୍ରରେ ପୁରସ୍କୃତ କରାଯାଇଛି ।
ଟାଟା ଷ୍ଟିଲ ସଦା ସର୍ବଦା ପରିବେଶ ସଂରକ୍ଷଣର ଗୁରୁତ୍ୱ ହୃଦୟଙ୍ଗମ କରିବା ସହିତ ପ୍ରତ୍ୟେକ ବର୍ଷ ବିଭିନ୍ନ କାର୍ଯ୍ୟକ୍ର ମାନ ଆୟୋଜିତ କରୁଛି । ପରିବେଶ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୁପ କମ୍ପାନୀ ପକ୍ଷରୁ ପରିବେଶ ସଂରକ୍ଷଣକୁ ନେଇ ନିଜର ପ୍ରଦର୍ଶନକୁ ନିୟମତି ଭାବେ ଆଳକନ ଓ ସମୀକ୍ଷା କରା ଯାଉଛି ।