ଓଡିଆନ୍ ନ୍ୟୁଜ

109

୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

Team Odian News |

୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦
ନୂଆଦିଲ୍ଲୀ ୨୪/୭ଓଡ଼ିଆନ୍‍ ନ୍ୟୁଜ୍‍): : ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସୁପର-୩୦। ହ୍ରିତିକ୍‌ ରୋଶନ ଏବଂ ମୃଣାଲ ଠାକୁରଙ୍କ ଏହି ଫିଲ୍ମ  ସିନେମା ହଲ୍‌ରେ କ୍ରମାଗତ ଭାବ ବେଶ ଭଲ ବିଜିନେସ୍‌ କରୁଛି।

ସିନେ କ୍ରିଟିକ୍‌ ତରୁଣ ଆଦର୍ଶଙ୍କ ତଥ୍ୟ ଅନୁସାରେ,  ସୁପର-୩୦ ପ୍ରଥମ ଦିନ ଶୁକ୍ରବାର ୧୨ କୋଟି, ଦ୍ୱିତୀୟ ଦିନରେ ୧୮ କୋଟି ଓ ତୃତୀୟ ଦିନରେ ୨୦.୫୦ କୋଟି ଟଙ୍କା ଆୟ କରିଥିଲା ।  ଏଯାବତ୍ ଏହି ଫିଲ୍ମ ୯୯ କୋଟି ଟଙ୍କା ଆୟ କରିସାରିଲାଣି।  ଖୁୁବ୍‌ ଶୀଘ୍ର ଶହେ କୋଟି କ୍ଲବରେ ସାମିଲ ହେବ ସୁପର-୩୦।ସିନେମାର କାହାଣୀ ବିହାରର ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ।  ହ୍ରିିିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ବୀରେନ୍ଦ୍ର ସକ୍‌ସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଭିନୟକୁ ବି ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ଖୁବ୍ ପସନ୍ଦ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଫିଲ୍ମ ସୁପର-୩୦ରେ ହ୍ରିତିକ୍‌ ତାଙ୍କର ବେଷ୍ଟ ପରଫର୍ମାନ୍ସ ଦେଇଛନ୍ତି।