ଓଡିଆନ୍ ନ୍ୟୁଜ

188

ଗ୍ରାମ ଉତ୍‍ଥାନକୁ ଅନ୍ତର୍ଜାତୀୟ ସମ୍ମାନ ।

Team Odian News |

ଗ୍ରାମ ଉତ୍‍ଥାନକୁ ଅନ୍ତର୍ଜାତୀୟ ସମ୍ମାନ । 
କେନ୍ଦ୍ରାପଡା,୨୫/୭ ((ଓଡ଼ିଆନ୍‍ ନ୍ୟୁଜ୍‍): ନୂଆଦିଲ୍ଲୀର ହାବିଟାଟ ସେଣ୍ଟରରେ ଆୟୋଜିତ ୭ମ ଏସିଆ ହାଉସିଙ୍ଗ୍‍ ଫୋରମ୍‍ ସମ୍ମିଳନୀରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ଉତ୍‍ଥାନକୁ ହାବିଟାଟ୍‍ ଉନୋଭେସନ ଏଣ୍ଡ ଇମ୍ପାକ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି  । ଏହି ଉତ୍ସବରେଏମ୍‍ଡ଼ିଏଚ୍‍ଏଫ୍‍ଆଇର ରଞ୍ଜନ ସାମୁଏଲ ଏବଂ ୟୁଏନ୍‍୍‍ ହାବିଟାଟର ନିର୍ଦ୍ଦେଶକ ହୀତେଶ ବୈଦ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ ଉତ୍‍ଥାନର ପ୍ରତିଷ୍ଠାତା ସଂପାଦକ ଗୋବିନ୍ଦ ଦାଶ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ମିଶ୍ରଙ୍କୁ ମାନପତ୍ର ପ୍ରଦାନ କରିଥିଲେ  ।  ପ୍ରକାଶଥାଉକି ଗ୍ରାମଉତ୍‍ ଥାନ ୩୦ ବର୍ଷ ଧରି ଗ୍ରାମାଞ୍ଚଳରେ ଦୁଇ ହଜାର ସ୍ୱୟ ସହାୟକ ଗୋଷ୍ଠୀ ଗଠନ ପୂର୍ବକ ନାରୀ ଶସକ୍ତିକରଣ କ୍ଷେତ୍ରରେ ଅଗ୍ରଣୀ କାର୍ଯ୍ୟ କରିବା ସହିତ ୧୯୯୯ ପରଠାରୁ  ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ପରିବାରକୁ ୨୨୫ ଟି ଜଳ-ଶୌଚାଳୟ ବ୍ୟବସ୍ଥା ଏବଂ ୫୧୪ଟି ଘର ଯୋଗାଇଦେବା ସହିତ ସ୍ୱଯଂ ସହାୟକ ଗୋଷ୍ଠୀ ମା’ ମାନଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରି ଆସୁଛି । ଯାହାକି ସଂପାଦକ ଶ୍ରୀଦଶଙ୍କ ବିଶେଷ ଭୂମିକା ରହିଛି  । ଉପକୂଳ ଅଞ୍ଚଳରେ ଏହି ଅନୁଷ୍ଠାନ ଗଠନ କରି ଗରିବଙ୍କ ମୁଁହରେ ହସ ଫୁଟାଇପାରିଛନ୍ତି  । ପୂର୍ବରୁ ମଧ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ସଂପାଦକଙ୍କୁ ସମ୍ମାନିତ କରାଯାଇଛି  । ଏହି ପୁରସ୍କାର ପାଇବା ପରେ ଶ୍ରୀଦାଶଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି  ।