ଓଡିଆନ୍ ନ୍ୟୁଜ

126

ରାଜନୀତିରେ କେହି ଅଜୟ ଅମର ହୋଇ ରହିପାରିବେ ନାହିଁ - ବିଜୟ ମହାପାତ୍ର ।

Team Odian News |

ରାଜନୀତିରେ କେହି ଅଜୟ ଅମର ହୋଇ ରହିପାରିବେ ନାହିଁ  - ବିଜୟ ମହାପାତ୍ର  । 
ଭୁବନେଶ୍ୱର,୨୭/୭(ଓଡ଼ିଆନ୍‍ ନ୍ୟୁଜ୍‍):  ରାଜନୀତିରେ ସମସ୍ତଙ୍କ ପାଇଁ ଦିନେ ନା ଦିନେ ପୂର୍ଣ୍ଣଚ୍ଛେଦ ପଡ଼େ  । ତାଙ୍କ ପାଇଁ ଆସିବ ଓ ମୋ ପାଇଁ ମଧ୍ୟ ପୂର୍ଣ୍ଣଛେଦ ସମୟ ଆସିବ  । ତାଙ୍କ ପୂର୍ଣ୍ଣଚ୍ଛେଦ ବେଳେ ମୁଁ ଥିବି, ମୋ ପୂର୍ଣ୍ଣଚ୍ଛେଦ ବେଳେ ସେ ନଥିବେ  । ରାଜନୀତିରେ କେହି ଅଜୟ ଅମର ହୋଇ ରହିପାରିବେ ନାହିଁ  । ଏଭଳି ଏକ ଚର୍ଚ୍ଚିତ ତଥା ଗୁରୁ ଗମ୍ଭୀର ନିଜର ମନ କଥାକୁ ବଖାଣିଛନ୍ତି  ପ୍ରବୀଣ ରାଜନୈତିକ ତଥା ପାଟକୁରା ଆସନରୁ ସଦ୍ୟ ପରାଜିତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର  । ଏହା ସହିତ ସେ କହିଛନ୍ତିଯେ, କେହି କାହା ରାଜନୈତିକ ଭବିଷ୍ୟତ ଉପରେ ରୋକ  ଲଗାଇପାରିବେ ନାହିଁ  । ପାଟକୁରା    ଫଳାଫଳ ତାଙ୍କୁ ଆଶ୍ଚର୍ଯ୍ୟ କରିଛି  । ହେଲେ ୮୦ ହଜାର ଲୋକେ ତାଙ୍କୁ ଭୋଟ ଦେଇଛନ୍ତି  । ସେମାନଙ୍କ କଥା ତ ବୁଝିବି ? ସେମାନଙ୍କ ସୁଖ ଦୁଃଖରେ ଠିଆ ହେବି  । ରାଜନୀତି ରୁ ସନ୍ନ୍ୟାସ ନୁହେଁ ଆଗାମୀ ଦିନରେ ତୀବ୍ର ଲଢ଼େଇ ହେବା ନେଇ ସେ  କହିଛନ୍ତି  । ହେଲେ ନବୀନ ବାବୁ ଯେମିତି ପାଟକୁରା ନିର୍ବାଚନରେ ଘେରାବନ୍ଦୀ କଲେ ଆଉ ୭୦ ଜଣ ମନ୍ତ୍ରୀ ବିଧାୟକଙ୍କୁ ଜଗି ରହିଲେ  । ଏଭଳି ଦୃଶ୍ୟ ମୋ ରାଜନୀତି ଜୀବନରେ କେବେ ଦେଖି ନାହିଁ  ।  ଜଣେ ପରାଜିତ ସୈନିକ ବିଜୟ ମହାପାତ୍ର ଭଳି ଜଣେ ଉଚ୍ଚାଙ୍ଗ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଏଭଳି ଦୃଢ଼ମନା ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି  । ପରାଜୟର ସ୍ୱାଦ ଚାଖିବା ପରେ ମଧ୍ୟ ଭାଙ୍ଗିଯାଇନାହାଁନ୍ତି ସେ  । ଆଉ ନବୀନ ସରକାର ଏବଂ ବ୍ୟୁରୋକ୍ରାଟ୍‍ଙ୍କ ଚକ୍ରବ୍ୟୁହୁରୂୁ ମୁକୁଳି ପାରିନଥିବା ବିଜୟ କିନ୍ତୁ ଭାଙ୍ଗିଯାଇନାହାଁନ୍ତି  । ଦୀର୍ଘ ୨୦ ବର୍ଷ ପରେ ମଧ୍ୟ ତାଙ୍କ ଜୀବନ ଯାତ୍ରାରେ ରହିଥିବା ପ୍ରତିବନ୍ଧକକୁ ସେ ଅବିଚଳିତ ନହୋଇ  ଏକ ଯୋଦ୍ଧାର ପରାକ୍ରମର ପରାକାଷ୍ଠାକୁ ପ୍ରଦର୍ଶନ କରିଛନ୍ତି  । ଯାହାକି ଓଡ଼ିଶା ଇତିହାସରେ ଏକ ମାଇଲ ଖୁଣ୍ଟ  ।