ଓଡିଆନ୍ ନ୍ୟୁଜ

117

ସାରଥୀଙ୍କ ବାରିମୂଳ ଆଶ୍ରମରେ ନୋଟିସ୍‌ ଲଗାଇଲା ଇଡି

Team Odian News |

ସାରଥୀଙ୍କ ବାରିମୂଳ ଆଶ୍ରମରେ ନୋଟିସ୍‌ ଲଗାଇଲା ଇଡି
କେନ୍ଦ୍ରାପଡ଼ା,୨୭/୭(ଓଡ଼ିଆନ୍‍ ନ୍ୟୁଜ୍‍):  : ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ ଲଗାଇଛି। ଏଥିସହ ଇଡି ଆଶ୍ରମକୁ ଅନଧିକୃତ ପ୍ରବେଶ ଉପରେ ବାରଣ କରିଛି। ଆଶ୍ରମରେ ଇଡିର ୪ ଜଣିଆ ଟିମ୍ ପହଞ୍ଚି ଏହି ନୋଟିସ୍ ଲଗାଇଛନ୍ତି।

ସେପଟେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ। ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୁଚନା ଦେଇଛନ୍ତି।ବେଲ ବଣ୍ଡ୍‌ରେ ରହିଥିବା ସର୍ତ୍ତ ଅନୁଯାୟୀ, ଯଦି ସାରଥି ସେ ତାର ବିରୁଦ୍ଧାଚରଣ କରନ୍ତି, ତା’ହେଲେ ତଦନ୍ତକାରୀ ଅଫିସର କୋର୍ଟର ଆଶ୍ରୟ ନେଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗକୁ ବଢ଼ିବେ।

୪ ବର୍ଷ ଧରି ଜେଲ୍‌ରେ ରହିବା ପରେ ଗୁରୁବାର ଦିନ ସାରଥୀ ଜେଲରୁ ସର୍ତ୍ତମୂଳକ ଜାମିନରେ ବାହାରିଥିଲେ।