ଓଡିଆନ୍ ନ୍ୟୁଜ

57

ଟାଟା ଷ୍ଟିଲ କଳିଙ୍ଗନଗର ଓ ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ ଜେଆରଡି ଟାଟାଙ୍କ ୧୧୫ ତମ ଜନ୍ମବାର୍ଷିକୀ ପାଳିତ

Team Odian News |

ଟାଟା ଷ୍ଟିଲ କଳିଙ୍ଗନଗର ଓ ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ  ଜେଆରଡି ଟାଟାଙ୍କ ୧୧୫ ତମ ଜନ୍ମବାର୍ଷିକୀ ପାଳିତ

କଳିଙ୍ଗନଗର, ଜୁଲାଇ ୨୯((ଓଡ଼ିଆନ୍‍ ନ୍ୟୁଜ୍‍): ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଆଜି ‘ରାଷ୍ଟ୍ର ନିର୍ମାତା’ ତଥା ଭାରତରେ ଶିଳ୍ପାୟନକୁ ଗତି ପ୍ରଦାନ କରିଥିବା ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୧୫ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଜେନେରାଲ ଅଫିସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗରର ଅଧିକାରୀ ଓ କର୍ମଚାରୀ ଏହି ମହାନ ଦୂରଦ୍ରଷ୍ଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାଶ୍ୱର୍ବର୍ତ୍ତୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜେଆରଡି ଟାଟାଙ୍କ ଜୀବନକାଳ ଓ କାର୍ଯ୍ୟ ଉପରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ପ୍ରତିଯୋଗିତାରେ ସେଣ୍ଟମେରୀ ବିଦ୍ୟାଳୟର ଅକ୍ସତ ଚନ୍ଦୱାର୍ ଓ ଏକନାଥ ବାବାଙ୍କ ଟିମ୍କୁ ବିଜେତା ଘୋଷିତ କରାଯାଇଥିଲା । ସେହିପରି ଗ୍ଲୋରିୟସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚିରନ୍ତନ ସରଦାର ଓ ଅବନ୍ତିକା ବେହେରା ଦ୍ୱିତୀୟ ଏବଂ ସ୍ୱପ୍ନା ସ୍ୱାଗତିକା ଧଳ ଓ ଆକାଶ ସାହୁଙ୍କ ଟିମ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । 

ଏହି ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ ସର୍ଭିସେସ ବିଭାଗ ମହା ପ୍ରବନ୍ଧକ ଶ୍ରୀ ଆର ଆର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଏହାପରେ ଦୀର୍ଘସ୍ଥାୟୀ ଅଭ୍ୟାସର ପ୍ରସାର ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର କ୍ଷମତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । 

ଏହି ଅବସରରେ ଆଜି ସୁକିନ୍ଦା କ୍ରୋମାଇଟ୍ ଖଣି କଲୋନୀରେ ଅବସ୍ଥିତ କାଟେପୂର୍ତ୍ତି ପ୍ରେକ୍ଷାଳୟରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଷ୍ଟ୍ରୁଆର୍ଟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଥିଲେ । ସେହିପରି ସୁକିନ୍ଦା କ୍ରେମାଇଟ୍ ଖଣି କେନ୍ଦ୍ରୀୟ କ୍ରୀଡ଼ାଙ୍ଗନଠାରେ ରକ୍ଷଣାବେକ୍ଷଣ ଓ ସର୍ଭିସେସ୍ ବିଭାଗ ମଧ୍ୟରେ ଏକ ଫୁଟବଲ ମ୍ୟାଚ୍ର ଆୟୋଜନ କରାଯାଇଥିଲା । ଏଥିରେ ସର୍ଭିସେସ୍ ବିଭାଗ ବିଜୟୀ ହୋଇଥିଲା । ଉଭୟ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉଦ୍ବୋଧନ ଦେଇ ସୁକିନ୍ଦା କ୍ରୋମାଇଟ ଖଣି ମାଇନିଂ ବିଭାଗ ମୁଖ୍ୟ ଶ୍ରୀ ଅବନିଶ କୁମାର ମହାନ ଦୂରଦ୍ରଷ୍ଟା ଓ ଚତ୍ମକାର ବ୍ୟକ୍ତିତ୍ୱର ଅଧିକାରୀ ଜେଆରଡିଙ୍କ ଦେଶ ପ୍ରତି ଯୋଗଦାନ ବିଷୟରେ କହିବା ସହିତ ସମାଜ ପ୍ରତି କାର୍ଯ୍ୟ କରିବା ପାଇଁ ତାଙ୍କ ଚିନ୍ତାଧାରାକୁ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ । କ୍ରୀଡ଼ା ଓ ବିଜ୍ଞାନ ବିକାଶରେ ଯୋଗଦାନ ଦ୍ୱାରା ଅନେକ ଲୋକଙ୍କ ହୃଦୟକୁ ଛୁଇଁପାରିଥିବା ଜେଆରଡି ଟାଟାଙ୍କ ସ୍ୱତନ୍ତ୍ର ଯୋଗଦାନକୁ ସେ ପ୍ରଶଂସା କରିଥିଲେ । 

ଏହି ଅବସରରେ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଆରଡି ଟାଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏଥିରେ ସୁକିନ୍ଦା କ୍ରୋମାଇଟ ଖଣିର ବିଭାଗୀୟ ମୁଖ୍ୟ, ଅନ୍ୟ ଅଧିକାରୀ ଓ  ସୁକିନ୍ଦା କ୍ରୋମାଇଟ ଖଣି କର୍ମଚାରୀ ସଂଘର ଡେପୁଟି ପ୍ରେସିଡେଣ୍ଟ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଅତିରିକ୍ତ ସମ୍ପାଦକ ଶ୍ରୀ ହେମନ୍ତ ସାମଲ ଓ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ନାଗେଶ ପ୍ରମୁଖ ଉପସ୍ଥିତ ଥିଲେ ।