ଓଡିଆନ୍ ନ୍ୟୁଜ

62

ସାଇକୋ କିଲର ନାରାୟଣ ସାହୁ ଗିରଫ

Team Odian News |

ସାଇକୋ କିଲର ନାରାୟଣ ସାହୁ ଗିରଫ
କଟକ, ଜୁଲାଇ ୩୦((ଓଡ଼ିଆନ୍‍ ନ୍ୟୁଜ୍‍): :  କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସାଇକୋ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବାବେଳେ ଆଜି ତାର ଫଟୋ ସାମନାକୁ ଆସିଛି । ବହୁ ଛକାପଞ୍ଝା ପରେ ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିଲା ।ତେବେ ଫରେନସିକ୍ ରିପୋର୍ଟରୁ ସାଇକୋ କିଲରକୁ ଚିହ୍ନଟ କରାଯାଇଥିଲା ।

କଟକ ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବା ସାଇକୋକିଲରକୁ ଧରିବା ପାଇଁ ୫ଟି ଟିମ୍ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଥିଲା ପୁଲିସ । ସିଲଭର୍ ସିଟିରେ ତିନି ତିନି ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିବା ଷ୍ଟୋନମ୍ୟାନକୁ ଗତ ୨୪ ତାରିଖରୁ ଖୋଜୁଥିଲା ପୁଲିସ ।