ଓଡିଆନ୍ ନ୍ୟୁଜ

47

ଶ୍ରୀମନ୍ଦିରରେ ଚିତାଲାଗି, ଆଜି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ ।

Team Odian News |

ଶ୍ରୀମନ୍ଦିରରେ ଚିତାଲାଗି, ଆଜି ୪ ଘଣ୍ଟା ବନ୍ଦ ରହିବ ଦର୍ଶନ  ।  
ପୁରୀ,୧/୮(ଓଡ଼ିଆନ୍‍ ନ୍ୟୁଜ୍‍): ଆଜି ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହେବ  । ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏହି ନୀତି ସମ୍ପନ୍ନ ହେବ  । ଦଇତା ସେବକ ମାନେ ତିନି ଠାକୁରଙ୍କୁ ଚିତା ଲାଗି କରାଇବେ  । ଏଥି ପାଇଁ ଶ୍ରୀମନ୍ଦିରରେ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ   । 
ପରାମ୍ପରା ମୁତାବକ ସ୍ନାନପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ପରେ ସେଠାରେ ଠାକୁରଙ୍କ ଚିତାଲାଗି ଓ ମଇଲମ କରାଯାଇଥାଏ  । ରଥଯାତ୍ରା ପରେ ମହାପ୍ରଭୁ ନିଳାଦ୍ରି ବିଜେରେ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଚିତା ଲାଗି ଅମବାସ୍ୟା ତିଥିରେ ଦଇତାପତି ସେବକମାନେ ତିନି ଠାକୁରଙ୍କୁ ଚିତା ଲାଗି କରିଥାନ୍ତି  । ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ  ।