ଓଡିଆନ୍ ନ୍ୟୁଜ

73

ଆଫ୍ରିକାରେ ଭାରତୀୟଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ ।

Team Odian News |

ଆଫ୍ରିକାରେ ଭାରତୀୟଙ୍କୁ ଭେଟିଲେ ପ୍ରତାପ ଷଢ଼ଙ୍ଗୀ  ।  
ବନଜୁଆଲ,୧/୮(ଓଡ଼ିଆନ୍‍ ନ୍ୟୁଜ୍‍):  ଗୁରୁବାର ଆଫ୍ରିକାର ସତସଙ୍ଗ ବିଚ୍‍ ବନଜୁଆଲରେ ଭାରତୀୟ ମାନଙ୍କୁ ଭେଟିଛନ୍ତି ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ  । ଭାରତୀୟ ମାନଙ୍କ ସୁଖ ଦୁଃଖରେ ସହଭାଗିତା ହେବା ସହିତ ଭାରତୀୟ ପରମ୍ପରାକୁ ବଜାଇ ରଖିବା ପାଇଁ ଶ୍ରୀ ଷଢ଼ଙ୍ଗୀ ଆହ୍ୱାନ ଦେଇଥିଲେ  । ଏହି ଅବସରରେ ଭାରତୀୟ ବଂଶୋଦଭବ ମାନଙ୍କ ତରଫରୁ ଶ୍ରୀଷଢ଼ଙ୍ଗୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ  । ସତସଙ୍ଗ ଭବନରେ ଶ୍ରୀଷଢ଼ଙ୍ଗୀ ଧର୍ମୀୟ ଚିନ୍ତାଧାରାରେ ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ  । ପ୍ରକାଶଥାଉକି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ବିଦେଶ ଗସ୍ତ କରିଛନ୍ତି  ।