ଓଡିଆନ୍ ନ୍ୟୁଜ

50

ଅଯୋଧ୍ୟା ବିବାଦ: ଆଜି ସୁପ୍ରିମକୋର୍ଟରେ ଉପସ୍ଥାପନ ହେବ ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟ

Team Odian News |

ଅଯୋଧ୍ୟା ବିବାଦ: ଆଜି ସୁପ୍ରିମକୋର୍ଟରେ ଉପସ୍ଥାପନ ହେବ ମଧ୍ୟସ୍ଥତା ପ୍ୟାନେଲ ରିପୋର୍ଟ 
ନୂଆଦିଲ୍ଲୀ,୧/୮(ଓଡ଼ିଆନ୍‍ ନ୍ୟୁଜ୍‍)ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲା ପାଇଁ ଗଠିତ ମଧ୍ୟସ୍ଥତା ପ୍ୟାନେଲ (ନାମ ତାଲିକା) ରିପୋର୍ଟ ଗୁରୁବାର ସୁପ୍ରିମକୋର୍ଟରେ ଉପସ୍ଥାପନ ହେବ । ମାମଲାର ଶୁଣାଣୀ ଅଗଷ୍ଟ ୨ରେ ହେବ । ଏହା ପରେ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବେ ଯେ, ମାମଲାର ପ୍ରତିଦିନ ଶୁଣାଣୀ ହେବ ଅର୍ଥାତ ମଧ୍ୟସ୍ଥତା ପ୍ରକ୍ରିୟା ଆଗକୁ ବଢ଼ାଇ ଦିଆଯିବ । ଏହା ପୂର୍ବରୁ ଗତ ଜୁଲାଇ ୧୮ରେ କୋର୍ଟ ମଧ୍ୟସ୍ଥତା ପ୍ୟାନେଲକୁ ଜୁଲାଇ ୩୧ ଯାଏଁ ଫାଇନାଲ ରିପୋର୍ଟ ଦେବାକୁ କହିଥିଲେ । ପ୍ରଧାନ ବିଚାରପତି ଜଷ୍ଟସି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ.ଏ. ବୋବଡେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ. ଏ. ଜନୀରଙ୍କ ଦ୍ୱାରା ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ କରିବ: