ଓଡିଆନ୍ ନ୍ୟୁଜ

193

ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର ମନ୍ତବ୍ୟର ଜବାବରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ବାଣ: ବ୍ରିଜ୍‌ ଭୁଷୁଡ଼ିବା, ଖଟିଆରେ ପ୍ରସବ କ’ଣ ଅପପ୍ରଚାର ?

Team Odian News |

ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର ମନ୍ତବ୍ୟର ଜବାବରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ବାଣ: ବ୍ରିଜ୍‌ ଭୁଷୁଡ଼ିବା, ଖଟିଆରେ ପ୍ରସବ କ’ଣ ଅପପ୍ରଚାର ?
ଭୁବନେଶ୍ୱର, ଅକ୍ଟୋବର (ଓଡ଼ିଆନ୍‍ ନ୍ୟୁଜ୍‍):କିଛି ଦଳ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା ସମାରୋହରେ କହିଛନ୍ତି । ଏହାର ଖୋଲା ଖୋଲି ଭାବେ ଜବାବ ରଖି ପ୍ରଶ୍ନ ବାଣ ଛାଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ କେତେକ ପ୍ରଶ୍ନ ରଖି ତାହାର ଜବାବ ମାଗିଛନ୍ତି ।ଆଜିଠାରୁ ରାଜ୍ୟ କାର୍ୟ୍ୟାଳୟରେ ବିଜେପିର ଦୁଇଦିନିଆ କାର୍ୟ୍ୟକାରିଣୀ ଚାଲିଥିବାବେଳେ ଏକ ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର ମନ୍ତବ୍ୟର ଜବାବ ଦେଇଛନ୍ତି । ଦୀର୍ଘଦିନ ଧରି କ୍ଷମତାରେ ରହିଲେ ଅହଂକାର ଓ  ମତିଭ୍ରମ ହୁଏ ଓ ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ କେତେ ଗୁଡ଼ିଏ ପ୍ରଶ୍ନ ରଖିଛନ୍ତି । ରାଜ୍ୟ ବାରମ୍ବାର ପୋଲ ଭୁଷୁଡିବା କ’ଣ ଅପପ୍ରଚାର ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ବମିଖାଲ, ଗୁରୁପ୍ରିୟା ସେତୁ ଓ ଜୀରା ନଦୀ ପୋଲ ଭୁଷୁଡ଼ିବା ପ୍ରସଙ୍ଗ ଉଠାଇଛନ୍ତି ଧର୍ମେନ୍ଦ୍ର । ସେହିଭଳି ସିଏଜି ଭତ୍ସର୍ନା କରିବା, ଖଟିଆରେ ପ୍ରସବ, ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଅଧିକ ପିସି କାରବାର ଇତ୍ୟାଦି କ’ଣ ଅପପ୍ରଚାର ବୋଲି ସେ କହିଛନ୍ତି । ଏହି ସମସ୍ତ ପ୍ରସଙ୍ଗରେ ଗଣମାଧ୍ୟମ କ’ଣ ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହିତ ରାଜ୍ୟ ବଜେଟରୁ କୃଷି ଋଣ ଛାଡ ପାଇଁ ଡର କାହିଁକି ? ଏହି ପ୍ରଶ୍ନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ବିଜେଡ଼ି ପ୍ରଦଯାତ୍ରା ଉତ୍ସବରେ ଅପପ୍ରଚାର କରୁଥିବା ଦଳଗୁଡ଼ିକୁ ଉଚିତ୍ ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ସେ ଏଥିରେ କୌଣସି ଦଳର ନାଁ ନେଇ ନ ଥିଲେ ।