ଓଡିଆନ୍ ନ୍ୟୁଜ

57

ସେବା ସମବାୟ ସମିତି ସଭାପତିଙ୍କ ଘରେ ଭିଜିଲାନ୍ସ ରେଡ୍

Team Odian News |

ସେବା ସମବାୟ ସମିତି ସଭାପତିଙ୍କ ଘରେ ଭିଜିଲାନ୍ସ ରେଡ୍
ଭଦ୍ରକ,୧/୮(ଓଡ଼ିଆନ୍‍ ନ୍ୟୁଜ୍‍)ଭଦ୍ରକ ବରଣ୍ଡୁଆ ସେବା ସମବାୟ ସମିତି ସଭାପତି ନଗେନ୍ଦ୍ର ବିଶ୍ୱାଳଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ମାମଲାରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି ଆଜି ସକାଳେ ଭିଜିଲାନ୍ସର ଏକ ଟିମ ପ୍ରଥମେ ନଗେନ୍ଦ୍ରଙ୍କ ବାସଭବନରେ ଚଢାଉ କରିଥିଲା । ପରେ ଆହୁରି ୧୦ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହାସହ ନଗେନ୍ଦ୍ରଙ୍କ ପେଟ୍ରୋଲ ପମ୍ପ, ରାଇସ ମିଲ ଓ ଭୁବନେଶ୍ୱରରେ ଥିବା ଘରେ ମଧ୍ୟ ରେଡ ହୋଇଛି । ଏବେ ସୁଧା ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି!!ନଗେନ୍ଦ୍ରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ନେଇ ଅଭିଯୋଗ ରହିଥିଲା । ସେହି ଆଧାରରେ ଆଜି ଭିଜିଲାନ୍ସ ଚଢାଉ କରିଛି!!