ଓଡିଆନ୍ ନ୍ୟୁଜ

56

ଅଗଷ୍ଟ ୬ରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ

Team Odian News |

ଅଗଷ୍ଟ ୬ରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ
ସମ୍ବଲପୁର,୧/୮(ଓଡ଼ିଆନ୍‍ ନ୍ୟୁଜ୍‍): ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅଗଷ୍ଟ ୬ ତାରିଖରେ ଛତିଶଗଡ଼ର ରାୟପୁରରେ ହେବ। ଏଥିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଜଳ ସମ୍ପଦ ଅଧିକାରୀମାନେ ଯୋଗଦେବେ। ହୀରାକୁଦ ଡ୍ୟାମ୍‌ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମେତ ମୁଖ୍ୟଯନ୍ତ୍ରୀ ମଧ୍ୟ ଯୋଗଦେବେ।

ଏହି ବୈଠକରେ ହୀରାକୁଦ ଡ୍ୟାମ୍‌ର ଜଳ ପରିଚାଳନା, ଉଭୟ ରାଜ୍ୟ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟ ନେଇ ‌ଆଲୋଚନା ହେବ ବୋଲି ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ସୂଚନା ଦେଇଛନ୍ତି।