ଓଡିଆନ୍ ନ୍ୟୁଜ

114

ସଚ୍ଚିନ ତେନ୍ଦୁଲକରଙ୍କ ପିଲାଦିନର ସ୍ମୃତି

Team Odian News |

ସଚ୍ଚିନ ତେନ୍ଦୁଲକରଙ୍କ ପିଲାଦିନର ସ୍ମୃତି 

ନୂଆଦିଲ୍ଲୀ୩/୮(ଓଡ଼ିଆନ୍‍ ନ୍ୟୁଜ୍‍): ରବିବାର ବିଶ୍ୱ ବନ୍ଧୁତ୍ୱ ଦିବସ। ଅବଶ୍ୟ ବନ୍ଧୁତ୍ୱକୁ ଜାହିର କରିବା ପାଇଁ କୌଣସି ଦିବସର ଆବଶ୍ୟକତା ନାହିଁ। ତଥାପି ବନ୍ଧୁତ୍ୱ ନାଁରେ ନାମିତ ଏହି ଦିନଟିରେ ପୁରୁଣା ସ୍ମୃତିକୁ ରୋମନ୍ଥନ କରିବାକୁ ଭଲ ଲାଗିଥାଏ। ଆଉ ସେଥିପାଇଁ ହିଁ ଆଜି ସୋଶାଲ ମିଡିଆରେ ଘୁରି ବୁଲୁଛି ଅନେକ ବନ୍ଧୁଙ୍କ ସ୍ମୃତି। ଏହି କ୍ରମରେ ଆଜି କ୍ରିକେଟ ତାରକା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ତାଙ୍କ ପିଲାଦିନର ସ୍ମୃତି ଶେୟାର କରିଛନ୍ତି।

ସଚ୍ଚିନ ତେନ୍ଦୁଲକର-ବିନୋଦ କାମ୍ବଲିଙ୍କ ଯୁଗଳବନ୍ଦୀକୁ ନେଇ ଭାରତର କ୍ରିକେଟ କିମ୍ବଦନ୍ତୀରେ ଅନେକ କାହାଣୀ ଲେଖାଯାଇଛି। ଆଜି ଆଉ ଏକ କାହାଣୀ ଯୋଡି ହୋଇଛି ସେହି ଇତିହାସରେ ସେମାନଙ୍କର ପିଲାଦିନର ବନ୍ଧୁତ୍ୱକୁ ନେଇ।ସଚ୍ଚିନ ପିଲାଦିନର ଏକ ଫଟୋ ତାଙ୍କ ଟ୍ୱିଟ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ ସହ ଅଛନ୍ତି ପିଲାଦିନର ସାଥୀ ତଥା କ୍ରିକେଟର ବିନୋଦ କାମ୍ବଲି। କାମ୍ବଲି ମଧ୍ୟ ସେହି ଫଟୋକୁ ରି-ସେୟାର କରି ନିଜର ମତ ରଖିଛନ୍ତି। କାମ୍ବଲି ଏହି ଫଟୋ ସହ ଜଡ଼ିତ ଏକ କାହାଣୀକୁ ଏଥିରେ ଯୋଡ଼ିଛନ୍ତି। ଦୁଇ କ୍ରିକେଟ ତାରକାଙ୍କ ଏହି ସ୍ମୃତି ରୋମନ୍ଥନକୁ କ୍ରିକେଟ ପ୍ରେମୀ ବେଶ ଉପଭୋଗ କରୁଛନ୍ତି।

ବିନୋଦ କାମ୍ବଲି ଏହି ଫଟୋକୁ ରିଟ୍ୱିଟ୍‌ କରି ସଚ୍ଚିନଙ୍କୁ ପ୍ରଶ୍ନ କରିଛନ୍ତି ‘ ତୁମର ମନେ ଅଛି-ଯେତେବେଳେ ଆମେ ଦୁହେଁ ବ୍ୟାଟିଂ କରୁଥିଲେ ହଠାତ୍‌ ଏକ ଗୁଡ଼ି ଆସି ତଳେ ପଡ଼ିଲା। ଏହି ଗୁଡ଼ିକୁ ମୁଁ ଉଠାଇ ଉଡାଇବାକୁ ଆରମ୍ଭ କଲି। ଏହି ସମୟରେ ଆମ ଅଜାଣତରେ ଆଚ୍‌ରେକର ଆସି ଯାଇଥିଲେ। ଆମ ଦୁହଁଙ୍କୁ ଜଣାଥିଲା ଏହା ପରେ କ’ଣ ହେବ !‘

ଏହି ମକ୍ଟଜ୍ଞଜ୍ଞରଦ୍ଭଗ୍ଧ ପରେ କାମ୍ବଲି ଦୁଇଟି ଇମୋଜୀ ରଖିଛନ୍ତି । ଗୋଟିଏ ରାଗିବା ଏବଂ ଆଉ ଗୋଟିଏ ବକ୍ସିଂର। ଏଥିରୁ ଅନୁମାନ କରି ହେଉଛି ସେମାନଙ୍କ ସହ ସେଦିନ କ’ଣ ହୋଇଥିଲା।

ସେ ଯାହା ହେଉ, ଦୁଇ କ୍ରିକେଟ ତାରକାଙ୍କର ଏପରି ଫ୍ରେଣ୍ଡସିପ୍‌ ଡେ ସେଲିବ୍ରେଶନକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି