ଆଫ୍ରିକାରେ ଜୀଅନ୍ତା କୁମ୍ଭୀରକୁ ଆଉଁସିଲେ ପ୍ରତାପ ଷଢ଼ଙ୍ଗୀ ।
ବନଜୁଆଲ,୪/୮(ଓଡ଼ିଆନ୍ ନ୍ୟୁଜ୍): ଆଫ୍ରିକା ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଆଫ୍ରିକାର ଏକ ଉଦ୍ୟାନରେ କୁମ୍ଭୀର ମାନଙ୍କ ପିଠିରେ ଆଉଁଷି ଦେଇ ଓଡ଼ିଶାରେ ଏବ ଚର୍ଚ୍ଚା ଜୋର ଧରିଛି । ସତସଙ୍ଗ ବିଚ୍ ବନଜୁଆଲରେ ଭାରତୀୟ ମାନଙ୍କୁ ଭେଟିଛନ୍ତି ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । ଭାରତୀୟ ମାନଙ୍କ ସୁଖ ଦୁଃଖରେ ସହଭାଗିତା ହେବା ସହିତ ଭାରତୀୟ ପରମ୍ପରାକୁ ବଜାଇ ରଖିବା ପାଇଁ ଶ୍ରୀ ଷଢ଼ଙ୍ଗୀ ଆହ୍ୱାନ ଦେଇଥିଲେ । ଏବେ ଉଦ୍ୟାନରେ କୁମ୍ଭୀରଙ୍କୁ ଆଉଁଷିଛନ୍ତି । ଭିତରକନିକାର କୁମ୍ଭୀରମାନେ ହିଂସ୍ର ହୋଇ ମଣିଷ ମାନଙ୍କୁ ଖାଇଯାଇଥିବା ବେଳେ ସେଠାରେ ପୋଷା ଜନ୍ତୁ ଭଳି ଦୃଶ୍ୟ ଖବୁ ରୋଚକ ଖବର ପାଲଟିଛି । ପ୍ରକାଶଥାଉକି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ବିଦେଶ ଗସ୍ତ କରିଛନ୍ତି ।