ଓଡିଆନ୍ ନ୍ୟୁଜ

99

ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ ଜାରି

Team Odian News |

ଭୁବନେଶ୍ୱର(ଓଡ଼ିଆନ୍‍ ନ୍ୟୁଜ୍‍) 6|19: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ ବା ସ୍ୟାଟକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ସ୍ୟାଟ୍  ଉଚ୍ଛେଦ ନେଇ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ ଜାରି କରିଛନ୍ତି। ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରିଛନ୍ତି। ସ୍ୟାଟ୍ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଏନେଇ ହାଇକୋର୍ଟଙ୍କ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାର ଏହାର ଉଚ୍ଛେଦ ସଂପର୍କିତ ନୋଟିଫିକେସନ ଜାରି କରିଛନ୍ତି।

ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଜୁଲାଇ ୧୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ହୋଇଥିଲା। ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା।