ଓଡିଆନ୍ ନ୍ୟୁଜ

117

କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟର ; ଜଣେ ଦୁର୍ଦ୍ଦାନ୍ତ ଅପରାଧି ଏସ୍‌.କେ. ମେହେତାବ ଆହତ

Team Odian News |

କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟର ; ଜଣେ ଦୁର୍ଦ୍ଦାନ୍ତ ଅପରାଧି ଏସ୍‌.କେ. ମେହେତାବ ଆହତ            
  କନ୍ଦ୍ରାପଡ଼ା (ଓଡ଼ିଆନ୍‍ ନ୍ୟୁଜ୍‍) 6|19: ରାଜଧାନୀ ପରେ ଏବେ କେନ୍ଦ୍ରାପଡ଼ାରେ ବି ଏନ୍‌କାଉଣ୍ଟର ହୋଇଛି। ଭୋର୍‌ ସମୟରେ କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାର ଏରା ଛକ ଠାରେ ସଦର୍ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବ୍‌କୁ ଏନ୍‌କାଉଣ୍ଟର କରିଛନ୍ତି।

ଖବର ଅନୁସାରେ ମେହେତାବ୍‌ ଓ ତାର୍‌ ସହଯୋଗୀ ବାଇକ୍‌ରେ କେନ୍ଦ୍ରାପଡ଼ା ଆସୁଥିବାର ଖବର ପାଇଁ ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାର୍ଡ ମିଳିତି ଭାବେ ଚଢ଼ଉ କରି ଏନ୍‌କାଉଣ୍ଟର୍‌ କରିଥିଲା। ପ୍ରଥମେ ମେହେତାବ୍ ଓ ତା’ର ଜଣେ ସହଯୋଗୀ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ଫାୟାରିଂ କରି ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ପୁଲିସ୍ ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ମେହେତାବ୍ ଆହତ ହୋଇଛି। ତା’ର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ମେହେତାବକୁ ପୁଲିସ୍‌ କାବୁ କରିଥିବା ବେଳେ ତାର ସହଯୋଗୀ ଫେରାର୍ ହୋଇଯାଇଛି। ମେହେତାବ୍ ଠାରୁ ପୁଲିସ୍ ଗୋଟିଏ ୯ mm ପିସ୍ତଲ, ୯ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ ଜବତ କରିଛି।