ଓଡିଆନ୍ ନ୍ୟୁଜ

132

ଋଣ ଭାର ନେଲା ଚାଷୀ ଜୀବନ

Team Odian News |

ଋଣ ଭାର ନେଲା ଚାଷୀ ଜୀବନ
ନୂଆପଡା, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ନୂଆପଡ଼ା ବୋଡେନ ବ୍ଲକ ଲର୍କା ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଚାଷୀ ଜଣକ ନାଁ ଯଦୁ ବାଗ। ଋଣ ବୋଝ ଶୁଝିନପାରିବାରୁ ଯଦୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
 ସୂଚନା ମୁତାବକ, ଯଦୁ ବାଗ ଗତକାଲି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଋଣ ଭାର ସହି ନ ପାରି ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କେବଳ ଯେ ନୂଆପଡା ନୁହଁ, ଗଞ୍ଜାମ ଜିଲ୍ଲା ଓ ରାଜ୍ୟର କୃଷିଭିତ୍ତିକ ଜିଲ୍ଲାରେ ମଧ୍ୟ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଛି ।ସରକାର ଚାଷୀଙ୍କ ପାଇଁ ଯୋଜନା ପରେ ଯୋଜନା ଆରମ୍ଭ କରୁଥିବାବେଳେ ଚାଷୀମାନେ ନିଜକୁ ଅସହାୟ ମନେକରି ଓ ସରକାରଙ୍କ ଠାରୁ ଆସ୍ଥା ହରାଇ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି।