ଓଡିଆନ୍ ନ୍ୟୁଜ

30

ଅଭିନନ୍ଦନଙ୍କୁ ମିଳିପାରେ ‘ବୀର ଚକ୍ର’

Team Odian News |

ନୂଆଦିଲ୍ଲୀ: ୱିଂ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ଉପାଧି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ସମେତ ଆଉ ୫ଜଣ ଯବାନଙ୍କୁ ମଧ୍ୟ ‘ବାୟୁ ସେନା ମେଡାଲ୍’ ମିଳିବ ବୋଲି କୁହାଯାଉଛି। ଅଭିନନ୍ଦନଙ୍କ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ଅନୁପ୍ରବେଶକାରୀ ବିମାନ F-16କୁ ଗୁଳି କରି ଖସାଇ ଦେଇଥିବା ୫ ଜଣ ଯବାନ ପାଇଲ୍‌ଟଙ୍କୁ ବାୟୁ ସେନା ମେଡାଲ୍‌ ଦିଆଯିବ। ପରମବୀର ଚକ୍ର ମହାବୀର ଚକ୍ର ପରେ ବୀର ଚକ୍ର ସେନାର ତୃତୀୟ ସବୁଠାରୁ ବଡ଼ ପୁରସ୍କାର୍‌।

ପ୍ରକାଶ ଥାଉକି, ମିରାଜ୍-୨୦୦୦ର ପାଇଲଟ୍‌ ଅଭିନନ୍ଦନ ଆକାଶମାର୍ଗରେ ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନକୁ ଖସାଇବା ପରେ ପାକିସ୍ତାନ ଅଧିକୃତ କଶ୍ନୀରରେ ଖସିପଡ଼ିଥିଲେ। ଏହାପରେ ଭାରତ ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ପାକିସ୍ତାନ ଉପରେ ପ୍ରବଳ ଚାପ ପକାଇଥିଲା। ପାଖାପାଖି ୬୦ ଘଣ୍ଟା ପରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ସ୍ଵଦେଶ ଫେରିବା ପାଇ ଅନୁମତି ଦେଇଥିଲେ।ନିକଟରେ ଅଭିନନ୍ଦନଙ୍କ ବୀର ଗାଥାକୁ ଉତ୍ସର୍ଗ କରି ବାୟୁସେନା ପକ୍ଷରୁ ଏକ ଭିଡିଓ ଗ୍ୟାମ୍‌ ମଧ୍ୟ ଜାରି କରାଯାଇଥିଲା।