ଓଡିଆନ୍ ନ୍ୟୁଜ

1313

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ତିନି ଛାତ୍ରୀ ଗୁରୁତର,ସାଏନ୍‍ ଡ଼ାଏ ଘୋଷଣା ।

Team Odian News |

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ତିନି ଛାତ୍ରୀ ଗୁରୁତର,ସାଏନ୍‍ ଡ଼ାଏ ଘୋଷଣା  ।    
ରାଜକନିକା,:କେନ୍ଦ୍ରାପଡ଼ା ଜିଲା  ରାଜକନିକା ବ୍ଲକ୍‍ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଶନିବାର ଛାତ୍ରଅଶାନ୍ତି ଦେଖାଦେଇଛି  । ଆନ୍ଦୋଳନରତ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ  ତିନି ଛାତ୍ରୀ ଗୁରୁତର ରହିଛନ୍ତି  । ଯୁକ୍ତ ଦୁଇ ଛାତ୍ରୀ ପ୍ରଜ୍ଞାସିନୀ ମିଶ୍ରଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିତ୍ସାଳୟକୁ  ପଠାଇ ଦିଆଯାଇଛି  । ଏହା ସହିତ  ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି  । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାଡ଼ିଛି  । ଏହା ସହିତ କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାଏନ୍‍ ଡ଼ାଏ ଘୋଷଣା କରିଛନ୍ତି  । ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ରହିଥିବା ବେଳେ ଏଭଳି ଆକସ୍ମିକ ସାଏନ୍‍ ଡ଼ାଏକୁ ଛାତ୍ରଛାତ୍ରୀ ଏବଂ ଅବିଭାବକମାନେ ତୀବ୍ର ନିନ୍ଦା କରିଛନ୍ତି  ।  ଖବରରୁ ଜଣାପଡ଼ିଛିଯେ, ହାବିଦ୍ୟାଳୟର ଡ୍ରେସ୍‍ କୋଡ୍‍ର କୋର୍ଟ ପିନ୍ଧା କାରଣକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି  । ଏହି କାରଣକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିରହିଥିଲେ  । ଦୀର୍ଘ ସମୟ ବସିରହିଥିଲେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଣସି ସମସ୍ୟାର ସମାଧାନ କରିନଥିଲେ  । ବଂର ଶ୍ରେଣୀ ଗୃହରେ ବସିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିନା କୋର୍ଟରେ ଆସିଥିବାରୁ  ସେମାନଙ୍କୁ ବାହାରିଯିବାକୁ ଅଧ୍ୟକ୍ଷ କହିଥିବାର ସେମାନେ ଅଭିଯୋଗ କରିଛନ୍ତି  । ଯୁକ୍ତ ତିନି ପ୍ରଥମ ବର୍ଷରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ କୋର୍ଟ କିମ୍ବା ଲୋଗର ବ୍ୟବସ୍ଥା ହୋଇପାରି ନଥିବାର ପରବର୍ତ୍ତିୀ ମସମୟରେ କଲେଜ ପକ୍ଷରୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଲୋଗ ଏବଂ କୋର୍ଟ ପରିଧାନ କରିବାକୁ କୁହାଗଲା  । ଛାତ୍ରଛାତ୍ରୀମାନେ ଏହି ଘଟଣାରେ ଅଧ୍ୟକ୍ଷକୁ ଦୃଷ୍ଟିଗୋଚର କରିଥିଲେଯେ, ସେମାନଙ୍କର ଆଉ ଅଳ୍ପଦିନ ପରୀକ୍ଷା ଶେଷ ହେବ  । କଲେଜରୁ ମଧ୍ୟ ବିଦାୟ ନେବେ  । ତେଣୁ ଏଥିପ୍ରତି  ସେମାନଙ୍କୁ କୋହଳ କରାଯାଉ  । ହେଲେ କଲେଜ ଅଧ୍ୟକ୍ଷ କର୍ଣ୍ଣପାତ୍‍ ନକରି ନିଜ ଜିଦ୍‍ରେ ଅଟଳ ରହିଥିବାର ଛାତ୍ରଛାତ୍ରୀମାନେ  କହିଛନ୍ତି  । ଲୋଗ ଏବଂ କୋର୍ଟ ପିନ୍ଧିବା କାରଣକୁ ନେଇ ୪୫ ବର୍ଷ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସାଏନ୍‍ ଡ଼ାଏ ଘୋଷଣା ସହିତ ତୀବ୍ର ଛାତ୍ର ଅଶାନ୍ତି ସୃଷ୍ଠି ହୋଇଛି  । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜ ଜିଦ୍‍ କାରଣକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କିଛି ଅଧ୍ୟାପକ କହିଛନ୍ତି  । ଅଧ୍ୟକ୍ଷ ବୁଝାସୁଝା କରିଥିଲେ ଏଭଳି ଘଟଣା ଘଟିନଥାନ୍ତା ବୋଲି ଜଣାପଡ଼ିଛି  । ଗୋଟିଏ ଛୋଟ ଘଟଣାରୁ ଏଭଳି ଘଟିଲା ବୋଲି କୁହାଯାଉଛି  । ଏମିତିକି କଲେଜ ଅଧ୍ୟକ୍ଷ  ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା ନକରି ବାଣିଜ୍ୟ ବିଭାଗରେ ହେଉଥିବା ସ୍ୱାଗତ ଉତ୍ସବରେ ବସିରହିଥିଲେ  । ଦୀର୍ଘ ସମୟ ଧରି ବସିରହିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା  । ଏହି କାରଣକୁ ନେଇ ଜୋର ଧରିଥିଲା ଆନ୍ଦୋଳନ  । ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବେର୍ତ୍ତ ଜିଲାପାଳ ଉପଜିଲାପାଳଙ୍କୁ ଘଟଣାସ୍ଥଳକୁ ନପଠାଇ ଅତିରିକ୍ତ ତହସିଲଦାରଙ୍କୁ ପଠାଇ ସାଏନ୍‍ ଡ଼ାଏ ଘୋଷଣା କରିଛନ୍ତି  । ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରହିଥିବାରୁ ସେମାନଙ୍କ ଜୀବନ ସହିତ ଖେଳାଯାଇଛି ବୋଲି ଅଭିଯୋଗ ହୋଇଛି  ।