ଓଡିଆନ୍ ନ୍ୟୁଜ

78

ବଜ୍ରପାତ୍‍ରେ ଚାଷୀ ମୃତ ।

Team Odian News |

ବଜ୍ରପାତ୍‍ରେ ଚାଷୀ ମୃତ  । 
ରାଜକନିକା,: ରାଜକନିକା ବ୍ଲକ୍‍ ଅନ୍ତର୍ଗତ କୋଇଲିପୁର ଗ୍ରାମର ଗୋଲେଖ ଚନ୍ଦ୍ର ସ୍ୱାଇଁ(୩୮)ଙ୍କର ରବିବାର ବଜ୍ରପାତ୍‍ରେ ଅକାଳ ମୃତ୍ୟୁ ଘଟିଛି  ।  ବର୍ଷା ହୋଇଥିବାରରୁ  ବାପା ଶିବ ପ୍ରସାଦ ସ୍ୱାଇଁଙ୍କ ସହିତ ମିଶି ଗାଁ ପଛ ଜମିରେ ଧାଡ଼ିରେ ରୁଆ କାର୍ଯ୍ୟକରୁଥିଲେ  । ହେଲେ ଏହି ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ୍‍ ଲାଗି ରହିଥିଲା  । ହଠାତ୍‍ ଗୋଲେଖଙ୍କ ଉପରେ ବଜ୍ରପାତ୍‍ ପଡ଼ିଥିଲା  । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ  । ତୁରନ୍ତ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଗୋଲେଖ ଜଣେ ଗରିବ ଚାଷୀ  । ତାଙ୍କର ଦୁଇ  ପୁଅ ଏବଂ ସ୍ତ୍ରୀ ଅଛନ୍ତି  । ତୁରନ୍ତ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି  ।