ଓଡିଆନ୍ ନ୍ୟୁଜ

13

ମାନବ ଶୃଙ୍ଖଳ ଜରିଆରେ ବିଶାଳ ତ୍ରିରଙ୍ଗା ଯାତ୍ରା

Team Odian News |

ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ।

ଏଥିରେ ରାୟପୁର ସହରର ସମେତ ଅନ୍ୟସ୍ଥାନରୁ ବହୁ ସଂଖ୍ୟାରେ ସ୍କୁଲ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହା ଛଡା ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ନାଗରିକ ମଧ୍ୟ ସାମିଲ ହୋଇଥିଲେ। ସହରର ଆମାପାରା ଛକ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ସାଇନ୍ସ କଲେଜରେ ସମାପ୍ତ ହୋଇଥିଲା।

ଏଇ ଅବସରରେ ବହୁ ସାଂସ୍କୃତିକ ଲୋକକଳା ମଧ୍ୟ ପରିବେଷଣ କରାଯାଇଥିଲା। ଏତେ ବିଶାଳ ପତାକାକୁ ମାନବ ଶୃଙ୍ଖଳ ମାଧ୍ୟମରେ ଧରିବା ପାଇଁ ଏକ ସ୍ୱତନ୍ତ୍ର ଗାଡ଼ିର ବ୍ୟବହାର କରାଯାଇଥିଲା। ରାୟପୁରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଆୟୋଜକଙ୍କ ମତରେ ଏହା ଭାରତର ସବୁଠାରୁ ଦୀର୍ଘତମ ମାନବ ଶୃଙ୍ଖଳ ତ୍ରିରଙ୍ଗା ଯାତ୍ରା। ଏହି ଯାତ୍ରା ମାଧ୍ୟମରେ ଦେଶର ଅଖଣ୍ଡତା,ସଂହତି ଓ ସାର୍ବଭୌମତ ରକ୍ଷା କରିବାର ବାର୍ତ୍ତା ପହଞ୍ଚାଇବାକୁ  ଉଦ୍ୟମ କରାଯାଇଥିବା କହନ୍ତି ଏହାର ଆୟୋଜକ।ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ ହୋଇଥିଲା। ଏହି ମାନବ ଶୃଙ୍ଖଳ ଦୀର୍ଘ ୧୫ କିଲୋମିଟର ବ୍ୟାପି ଲମ୍ବିଥିଲା। ସମସ୍ତେ ହାତରେ ଏହି ୧୫ କିଲୋମିଟର ଲମ୍ବର ତ୍ରିରଙ୍ଗା ଧରି ଛିଡା ହୋଇଥିଲେ।

ଏଥିରେ ରାୟପୁର ସହରର ସମେତ ଅନ୍ୟସ୍ଥାନରୁ ବହୁ ସଂଖ୍ୟାରେ ସ୍କୁଲ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହା ଛଡା ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ନାଗରିକ ମଧ୍ୟ ସାମିଲ ହୋଇଥିଲେ। ସହରର ଆମାପାରା ଛକ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ସାଇନ୍ସ କଲେଜରେ ସମାପ୍ତ ହୋଇଥିଲା।

ଏଇ ଅବସରରେ ବହୁ ସାଂସ୍କୃତିକ ଲୋକକଳା ମଧ୍ୟ ପରିବେଷଣ କରାଯାଇଥିଲା। ଏତେ ବିଶାଳ ପତାକାକୁ ମାନବ ଶୃଙ୍ଖଳ ମାଧ୍ୟମରେ ଧରିବା ପାଇଁ ଏକ ସ୍ୱତନ୍ତ୍ର ଗାଡ଼ିର ବ୍ୟବହାର କରାଯାଇଥିଲା। ରାୟପୁରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଆୟୋଜକଙ୍କ ମତରେ ଏହା ଭାରତର ସବୁଠାରୁ ଦୀର୍ଘତମ ମାନବ ଶୃଙ୍ଖଳ ତ୍ରିରଙ୍ଗା ଯାତ୍ରା। ଏହି ଯାତ୍ରା ମାଧ୍ୟମରେ ଦେଶର ଅଖଣ୍ଡତା,ସଂହତି ଓ ସାର୍ବଭୌମତ ରକ୍ଷା କରିବାର ବାର୍ତ୍ତା ପହଞ୍ଚାଇବାକୁ  ଉଦ୍ୟମ କରାଯାଇଥିବା କହନ୍ତି ଏହାର ଆୟୋଜକ।