ଓଡିଆନ୍ ନ୍ୟୁଜ

136

ନର୍ଲାରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

Team Odian News |

ନର୍ଲାରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ
କଳାହାଣ୍ଡି, ଅକ୍ଟୋବର ୩ (ଓଡ଼ିଆନ୍‍ ନ୍ୟୁଜ୍‍): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ କୁଚେଇଜୋର ଗାଁରେ ଏକ ଅଭାବନୀୟ  ଘଟଣା ଘଟିଛି । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ସେହି ଗ୍ରାମର ଧନୁ ଗଉଡ଼ (୬୫) । ମିଳିଥିବା ପ୍ରାଥମିକ ସୂଚନା ମୁତାବକ ଧନୁ ଆଜି ସକାଳୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ଡିଡିଙ୍ଗି ଜଙ୍ଗଲରେ ଏକ ଭାଲୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ତେବେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।  ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ନର୍ଲା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।