ଓଡିଆନ୍ ନ୍ୟୁଜ

77

ଚାଲିଗଲା ପ୍ରିୟଙ୍କା

Team Odian News |

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘୁଣୀର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ ବାଘୁଣୀ ପ୍ରିୟଙ୍କା ଆଜି ସକାଳ ୧୦ଟା ୩୦ରେ ପ୍ରାଣ ହରାଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତ ଦୁଇ ବର୍ଷ ହେଲା ପ୍ରିୟଙ୍କା ଅସୁସ୍ଥ ଥିଲା। ତେଣୁ ତା’ର ଚିକିତ୍ସା ଜାରି ରହିଥିଲା। ପ୍ରିୟଙ୍କା ୨୦୦୦ ମସିହା ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।