ଓଡିଆନ୍ ନ୍ୟୁଜ

17

ପୁଣି ଡେଙ୍ଗୁ ଭୟ; ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

Team Odian News |

                                                              
 କଟକ: କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ। ମୃତ ବ୍ୟକ୍ତି ଦଣକ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ଅଞ୍ଚଳର ଦେବକୀ ବେହେରା।

ସେ ଗତ ୨୯ ତାରିଖରୁ ଡେଙ୍ଗୁ ୱାର୍ଡର ICUରେ ସେ ଚିକିତ୍ସାଧୀନ ଥିଲେ। କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି। ତେବେ କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ। ତେବେ କେବଳ କଟକ ନୁହେଁ, ପୂର୍ବରୁ ଗଞ୍ଜାମ୍‌ରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି।