ଓଡିଆନ୍ ନ୍ୟୁଜ

199

ବିଜେପୁର ପଲିଟିକ୍ସ: ବିଜେପିରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲେ ନାରାୟଣ

Team Odian News |


ବିଜେପୁର ପଲିଟିକ୍ସ: ବିଜେପିରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲେ ନାରାୟଣ
ବରଗଡ, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ବରଗଡ଼ରେ ବିଜେପିର ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମାହୋଲରେ ଅନେକ ସନ୍ଦେହ ପ୍ରକାଶ ପାଇଥିଲା । ଏପରିକି ଶ୍ରୀ ସାହୁ ଓ ପାଞ୍ଚ ଜଣ ମଣ୍ଡଳ ସଭାପତି ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନାରାୟଣ ସାହୁ । ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ବରଗଡ଼ରେ ଦଳ ଖଣ୍ଡ ବିଖଣ୍ଡିତ ହୋଇଯାଇଛି ବୋଲି ସାଧାରଣରେ ପ୍ରକାଶ ପାଉଛି । ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାରାୟଣ ସାହୁ । ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, ବିଜେପିରେ ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନକୁ ସେ ସ୍ୱାଗତ କରୁଛନ୍ତି  । ସେ ଦଳରୁ ଇସ୍ତଫା ଦେଇ ନାହାଁନ୍ତି ପଦରୁ ମୁକ୍ତ କରିବାକୁ ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି ବୋଲି ନାରାୟଣ କହିଛନ୍ତି । ଦଳର ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ।  ସେ ଦଳରେ ସହ ଦଳର ପ୍ରାଥମିକ ସଭ୍ୟ ଭାବରେ କାମ କରିବାକୁ ଇଚ୍ଛା ପ୍ରକାଶ କରୁଥିବା କହିଛନ୍ତି ।