ଓଡିଆନ୍ ନ୍ୟୁଜ

112

ବାବର ମସଜିଦ୍‌ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ

Team Odian News |

ନୂଆଦିଲ୍ଲୀ,: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍‌ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ସି. ବୈଦନାଥନ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ସମ୍ମୁଖରେ ପ୍ରକାଶ କରିଥିଲେ ଯେ, ମସଜିଦ୍‌ ବାବରଙ୍କ ଦ୍ୱାରା ନିର୍ମାଣ ହୋଇଥିବାର କୌଣସି ପ୍ରମାଣ ନାହିଁ। ଶ୍ରୀରାମଙ୍କ ଜନ୍ମସ୍ଥାନ କେଉଁଠି ବୋଲି ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତରରେ ବୈଦନାଥନ୍‌ କହିଥିଲେ ଯେ, ଏହା ମସଜିଦ୍‌ର ଗମ୍ବୁଜ ସ୍ଥଳରେ ଥିବା ସେ କହିଥିଲେ। ଏହି ସ୍ଥଳରେ ପୂର୍ବରୁ ମନ୍ଦିର ହିଁ ଥିଲା ବୋଲି ସେ ଦାବି କରିଛନ୍ତି। ଅପରପକ୍ଷରେ ମୁସଲମାନ୍‌ଙ୍କ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲା ଯେ, ସେମାନଙ୍କ ପାଖରେ ୪୩୮ ବର୍ଷର ଜମି ଅଧିକାର କାଗଜ ପତ୍ର ରହିଛି। ତେବେ ହାଇକୋର୍ଟ ଏହି ତର୍କକୁ ମାନିବାକୁ ମନା କରିଥିଲେ। ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏହାର ପ୍ରଥମ ୫ ଦିନ ଶୁଣାଣିକୁ ଓ୍ବକଫ ବୋର୍ଡ ପକ୍ଷରୁ ବିରୋଧ କରାଯାଇଥିଲା।