ଓଡିଆନ୍ ନ୍ୟୁଜ

33

ପୃଥିବୀ କକ୍ଷ ପରିତ୍ୟାଗ କରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨

Team Odian News |

ଶ୍ରୀହରିକୋଟା: ପୃଥିବୀ କକ୍ଷ ପରିତ୍ୟାଗ କରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨। ଯୋଜନା ମୁତାବକ ଆଜି ଭୋର ୨ଟା ୨୧ ମିନିଟରେ ଇସ୍ରୋ ବୈଜ୍ଞାନିକମାନେ ଟ୍ରାନ୍ସ ଲୁନାର ଇଂଜେକସନ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପରେ ଚନ୍ଦ୍ରଯାନ-୨ ପୃଥିବୀ କକ୍ଷପଥରୁ ବାହାରି ଚନ୍ଦ୍ର ମୁହାଁ ହୋଇଛି।

ଜୁଲାଇ ୨୨ରେ ଚନ୍ଦ୍ରଯାନ ୨ର ଉତ୍‌କ୍ଷେପଣ ପରେ ୫ଥର ଏହାର କକ୍ଷପଥରେ ପରିବର୍ତ୍ତନ ଅର୍ଥାତ୍ ଅର୍ବିଟ୍ ରେଂଜିଂ ମାନ୍ୟୁଭର କରାଯାଇଥିଲା। ଆଜି ସକାଳେ ଅତି ଜଟିଳ ମନେକରାଯାଉଥିବା ଏହି ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବା ସହ ଏହାକୁ ମୁନ୍ ଟ୍ରାଜେକ୍ଟ୍ରୀରେ ସ୍ଥାପନ କରାଯାଇଛି।୩ଲକ୍ଷ ୮୪ ହଜାର କିଲୋମିଟର ଅତିକ୍ରମ କରିବା ପରେ ଏହା ଚନ୍ଦ୍ରର ନିକଟବର୍ତ୍ତୀ ହେବ। ଆସନ୍ତା ଅଗଷ୍ଟ ୨୦ ତାରିଖରେ ଏହା ଚନ୍ଦ୍ରର କକ୍ଷରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ସେପ୍ଟେମ୍ବର ୭ରେ ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ନେଇ ଇସ୍ରୋ ଆଶା ରଖିଛି।