ଓଡିଆନ୍ ନ୍ୟୁଜ

96

କ୍ରିକେଟର ଦିୱାନା ଥିଲେ ଗାନ୍ଧିଜୀ, ପଡ଼ିଆରେ ତୁଲାଉଥିଲେ ଅଲରାଉଣ୍ଡର ଭୂମିକା

Team Odian News |

କ୍ରିକେଟର ଦିୱାନା ଥିଲେ ଗାନ୍ଧିଜୀ, ପଡ଼ିଆରେ ତୁଲାଉଥିଲେ ଅଲରାଉଣ୍ଡର ଭୂମିକା
ନୂଆଦିଲ୍ଲୀ, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍):ମହାତ୍ମା ଗାନ୍ଧୀଙ୍କ ଆତ୍ମକଥା ସହ ପରିଚିତ ଲୋକ ଅବଶ୍ୟ ଜାଣି ଥିବେ ଯେ ବାପୁ ସ୍କୁଲ ଯାଉଥିବା ସମୟରେ ତାଙ୍କୁ ଶାରୀରିକ ଅଭ୍ୟାସ କଦାପି ପସନ୍ଦ ନଥିଲା। ମାତ୍ର କ୍ରିକେଟ ପ୍ରତି ତାଙ୍କର ଅନୁରାଗ ଥିବା କମ ଲୋକେ ଜାଣିଥିବେ। ‘ମହାତ୍ମା ଅପ ପିଚ: ଗାନ୍ଧୀ ଏଣ୍ଡ କ୍ରିକେଟ୍ ଟିମ ଇନ ଇଣ୍ଡିଆ’ ନାମକ ନୂତନ ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ କେମିତି ଜାତିର ପିତା ଏହି ବ୍ରିଟିଶ ଖେଳର ଆନନ୍ଦ ନେଉଥିଲେ ଏବଂ ପରେ ଏହି ଖେଳ ଭାରତରେ ଲୋକପ୍ରିୟ ହେବା ସହ ଜନତାଙ୍କ ଭାବନା ସହ ଯୋଡ଼ି ହୋଇଗଲା।କୌଶିକ ବନ୍ଦୋପାଧ୍ୟାୟଙ୍କ ଏହି ପୁସ୍ତକ ମହାତ୍ମା ଗାନ୍ଧୀଙ୍କ କ୍ରିକେଟ ପ୍ରତି ଥିବା ଆକର୍ଷକକୁ ଦର୍ଶାଇଥାଏ। ଗାନ୍ଧୀଙ୍କ ପିଲା ଦିନର ଜଣେ ସାଥୀଙ୍କ ମୁତାବକ ଗାନ୍ଧିଜୀ ନା କେବଳ ଜଣେ କ୍ରିକେଟ ଉତ୍ସାହୀ ଥିଲେ ବରଂ ତାଙ୍କ ମୁଣ୍ଡ ଉପରେ କ୍ରିକେଟର ଭୂତ ମଧ୍ୟ ସବାର ଥିଲା। ହାଇସ୍କୁଲରେ ଗାନ୍ଧିଜୀଙ୍କ ସହପାଠୀ ରତିଲାଲ ଗେଲାଭାଇ ମେହତା ଗାନ୍ଧିଜୀଙ୍କୁ ଭଲ କ୍ରିକେଟର ଦର୍ଶାଇ କହିଛନ୍ତି ଯେ ତାଙ୍କ ସହ ମୁଁ ଅନେକ ଥର କ୍ରିକେଟ ଖେଳିଛି ଏବଂ ସେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରୁଥିଲେ। କିନ୍ତୁ ଗାନ୍ଧିଜୀଙ୍କୁ ଶାରୀରିକ ଅଭ୍ୟାସ ପସନ୍ଦ ନଥିଲା।