ଓଡିଆନ୍ ନ୍ୟୁଜ

92

ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ

Team Odian News |

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏଥିରେ ତାଙ୍କୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କର ସୁମଧୁର କଣ୍ଠ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଭିନ୍ନ ମହଲରୁ ତାଙ୍କ ଗାୟନ ଶୈଳୀକୁ ପ୍ରଶଂସା କରାଯାଇଥିଲା। ଏବେ ଉକ୍ତ ଭିଡିଓ ତାଙ୍କ ଜୀବନ ବଦଳାଇଛି।

ବିଭିନ୍ନ ରେଡିଓ ଚ୍ୟାନେଲ୍‌, ଫିଲ୍ମ ପ୍ରଯୋଜନା ସଂସ୍ଥା ତରଫରୁ ରାନୁଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିବାରେ ଲାଗିଛି।