ଓଡିଆନ୍ ନ୍ୟୁଜ

105

ବଢ଼ିଚାଲିଛି ତ୍ରିରଙ୍ଗା ମୋହ,ଆଜି ଅଗଷ୍ଟ ୧୫ ।

Team Odian News |

 
କେନ୍ଦ୍ରାପଡ଼ା,: ଆଜି ଅଗଷ୍ଟ ୧୫  । ଗାଁର ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁ ଆଡ଼େ ଉଡ଼ୁଛି ଆମ ଜାତୀୟ ପତାକା ତ୍ରିିରଙ୍ଗା  । ହେଲେ ଏହି ତରଙ୍ଗା ପତାକା ଆମକୁ ଆଣି ଦେଉଛି ଜାତୀୟତାର ମହାନ ସଂହତି  । କେନ୍ଦ୍ରାପଡ଼ା ଜିଲାରେ ଗତ କିଛି ଦିନ ତ୍ରିରଙ୍ଗା ମୋହରେ ପଡ଼ିଛନ୍ତି ସମସ୍ତେ  ।  ସହରରୁ ଗାଁ ସବୁଆଡ଼େ ଦୋକାନ ମାନଙ୍କରେ ଜାତୀୟ ପତାକା ବିକ୍ରି ଚାଲିଛି  । ପୂର୍ବ ବର୍ଷ ମାନଙ୍କରେ ଚଳିତ ବର୍ଷ ଏହି ଜାତୀୟ ପତାକାର ଚାହିଦା ବଢ଼ିବାରେ ଲାଗିଛି  । ଚଳିତ ବର୍ଷ ମୋଦି ସରକାର ଜମୁ ଏବଂ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହିତ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରିଛନ୍ତି  । ପରିବର୍ତ୍ତନ ହୋଇଛି ଭାରତର ନକ୍ସା  । ନୂଆ ଭାରତ  ପରିବର୍ତ୍ତନକୁ ଯୁବ ଗୋଷ୍ଠୀ ସମର୍ଥନ ଜଣାଇ ଉତ୍ସବ ପାଳନକୁ ଜାରି ରଖିଛନ୍ତି  । ମାତ୍ର କେଇ ଦିନ ତଳେ ସରକାରଙ୍କ ସ୍ୱପ୍ନ ପୂରଣ ହୋିଥିବାରୁ ଏବେ ଅଗଷ୍ଟ ପନ୍ଦର  । ଭାରତର ସ୍ୱାଧୀନତା ଦିବସ  । ଯାହାକି ଲୋକମାନେ ଅଧିକ ଜାତୀୟତା ପ୍ରତି ଆଦର କରୁଥିବାର ଜଣାପଡ଼ିଛି  । ପୂର୍ବ ବର୍ଷମାନଙ୍କରେ ସରକାରୀ ଅନୁଷ୍ଠାନ ଠାରୁ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ବର୍ଷ ବର୍ଷ ଧରି ସାଇତି ରଖିଥିବା ଜାତୀୟ ପତାକାକୁ ଅଗଷ୍ଟ ୧୫ରେ ଉଡ଼ାଇଥାନ୍ତି  । ହେଲେ ଏବେ ତାହା ହେଉନାହିଁ ଚିରା ଫଟାକୁ ବାଦ ଦେଇ ସଦ୍ୟ ନୂଆ ପତାକା କିଣୁଥିବାର ଦେଖିବା ପାଇଁ ମିଳିଛି  । ଏହା ସହିତ ନୂଆ ଟ୍ରେଣ୍ଟରେ ଯୁବକ ମାନଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଯେମିତି ତ୍ରିରଙ୍ଗାକୁ ଅଧିକ ପସନ୍ଦ କରୁଛନ୍ତି  । ସ୍ୱାଧୀନତା ଦିବସରେ ନୂତନ ଜାତୀୟପତାକାକୁ ନିଜ ନିଜ ଅନୁଷ୍ଠାନ ମାନଙ୍କରେ ଉଡ଼ାଇବାକୁ ମନବଳାଇଛନ୍ତି  । ଏହି କାରଣରୁ ଦୋକାନ ମାନଙ୍କରେ ଭିଡ଼ ଲାଗିରହିଛି  । ଏବେ ବିଶେଷ କରି ଖଦିରେ ପ୍ରସ୍ତୁତ ହେଉଥିବା ଜାତୀୟପତାକା ଅଧିକ ସପନ୍ଦ ହେଉଛି  ।  କେନ୍ଦ୍ରାପଡ଼ା ପୁରୁଣାବସ୍‍ଷ୍ଟାଣ୍ଡରେ ରହିଥିବା ବହୁପୁରାତନ ଗୋପବନ୍ଧୁ ଖଦି ଭବନର ପରିଚାଳକ କହିଛନ୍ତିଯେ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଖଦିରେ ପ୍ରସ୍ତୁତ ଜାତୀୟ ପତାକା ତ୍ରିରଙ୍ଗା ଅଧିକ ବିକ୍ରି ହେଉଥିବାର କହିଛନ୍ତି  । ୫୦ ଟଙ୍କା ଠାରୁ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ରହିଥିବା ପତାକା କିଣିବା ପାଇଁ ଲୋକମାନଙ୍କର ଭିଡ଼ ଲାଗିରହିଛି  । କେବଳ ପତାକା ନୁହେଁ ଟୋପି, ଗାଲରେ ଲଗାଇବା ଷ୍ଟିକର, ହାତରେ ତିରଙ୍ଗା ରାଷୀ, ରିବନ, ଲୋଗ ଭଳି ବିଭିନ୍ନ କିସମର ଜାତୀୟତାର ପ୍ରତିକକୁ ବ୍ୟବହାର କରୁଛନ୍ତି ଛୋଟ ଛୋଟ ପିଲାମାନଙ୍କ ଠାରୁ ବୟସ୍କ  । ସମେସ୍ତ ଯେମିତି ମସଗୁଲ ଅଛନ୍ତି ସ୍ୱାଧୀନତାର ସ୍ୱାଦକୁ ଚାଖିବା ପାଇଁ ବୋଲି କଣ୍ଟପଡ଼ା ବଜାରର ଯୁବ ବ୍ୟବସାୟୀ ବିଧାନ ଦାଶ କହନ୍ତି  ।  ଯୁବ ସ୍ୱେଚ୍ଛାସେବୀ ରଞ୍ଜନ କୁମାର ତରାଇ କହିଛନ୍ତିଯେ, ଏବେ ଜାତୀୟତା ପ୍ରତି ସମସ୍ତେ ଅଧିକ ସଚେତନ ହୋଇଛନ୍ତି  । ଆମ ଜିଲାରେ ଟ୍ରଲର ଠାରୁ ଟ୍ରକ ପର୍ଯ୍ୟନ୍ତ ଚିରାଫଟା ଜାତୀୟ ପତାକାକୁ ଉଡ଼ାଇଥାନ୍ତି  । ହେଲେ ସମସ୍ତେ ଏବେ ନୂଆ ଟ୍ରେଣ୍ଡ ଆପଣେଇ ତିନିରଙ୍ଗର ତ୍ରିରଙ୍ଗା ପତାକାକୁ ଅଗଷ୍ଟ ୧୫ରେ ଉତ୍ତୋଳନ କରି ଅଧିକ ଗର୍ବ ଅନୁଭବ କରିବାର ଆଶା ପୋଷଣ କରିଛନ୍ତି  । ସେହିଭଳି ଶିକ୍ଷକ ଧ୍ରୃତି ସୁନ୍ଦର ଆଚାର୍ଯ୍ୟ କହିଛନ୍ତିଯେ, ମୋଦି ସରକାରଙ୍କ ୩୭୦ ଉଚ୍ଛେଦ ପରେ ବଢ଼ିଛି ଅଧିକ ଉତ୍ସାହ ।