ଓଡିଆନ୍ ନ୍ୟୁଜ

80

ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣା: ବୁର୍ଖା ପିନ୍ଧି କ୍ରିକେଟ ଖେଳୁଛନ୍ତି କଶ୍ମୀର ମହିଳା କ୍ରିକେଟର ଇନ୍ସା

Team Odian News |

ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣା: ବୁର୍ଖା ପିନ୍ଧି କ୍ରିକେଟ ଖେଳୁଛନ୍ତି କଶ୍ମୀର ମହିଳା କ୍ରିକେଟର ଇନ୍ସା
ବାରମୁଲା, ଅକ୍ଟୋବର ୩(ଓଡ଼ିଆନ୍‍ ନ୍ୟୁଜ୍‍): ବୁର୍କା ଓ ହିଜାବ ପିନ୍ଧି କ୍ରିକେଟର ପିଚରେ ନିଜର ଜଲଓ୍ଵା ଦେଖାଇବାକୁ ଓହ୍ଲାଇଥିବା କାଶ୍ମୀର ଘାଟିର ବାରାମୁଲା ଇଲାକାର ସ୍ଥାନୀୟ ମହିଳା କ୍ରିକେଟର କେବଳ ପଡିଆରେ ନୁହେଁ ବରଂ ସମାଜ ଓ ଧର୍ମର ଅନେକ ପ୍ରତିବନ୍ଧକକୁ ଡେଇଁ ତଥାକଥିତ ମୁସଲିମ ଧର୍ମ ରକ୍ଷକଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ବାରାମୁଲାର ସରକାରୀ ମହିଳା କଲେଜର ଅଧିନାୟକ ଇନ୍ସା ଉତ୍ତର କାଶ୍ମୀରର ଏମିତି ଏକ ଝିଅ ଯିଏ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛି। ଯୁକ୍ତ ୩ର ଚତୁର୍ଥ ସେମିଷ୍ଟାରର ଛାତ୍ରୀ ଇନ୍ସା କହିଛନ୍ତି ଯେ ସେ ସ୍ଵାଧୀନତାର ସହ ଜିଇଁବାକୁ ଯାଉଛନ୍ତି। ସେ ଏହି ମନ୍ତବ୍ୟ ଅମିର ଖାନଙ୍କ ଟକ ଶୋ ସତ୍ୟମେବ ଜୟତେରେ ଦେଇଛନ୍ତି। ତାଙ୍କର ସାଥୀ ଖେଳାଳି ମଧ୍ୟ ଇନ୍ସାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। ଯାହାକି ବୁର୍ଖା ଓ ହିଜାବ ପିନ୍ଧି କ୍ରିକେଟ ଖେଳିବା ଏକ ପରମ୍ପରା ଓ ଖେଳ ମଧ୍ୟରେ ଉତ୍ତମ ସମନ୍ଵୟ ରଖାଯାଇ ପାରିଛି। ପ୍ରଥମ ବର୍ଷର ଛାତ୍ରୀ ରାବିୟା  ବାରାମୁଲାରେ ବୁର୍କା ପିନ୍ଧି ଖେଳିଥାନ୍ତି ଏବଂ ଶ୍ରୀନଗରରେ ହିଜାବ ପିନ୍ଧି ପଡ଼ିଆକୁ ଓହ୍ଲାଇଥାନ୍ତି।