ଓଡିଆନ୍ ନ୍ୟୁଜ

504

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା, ଅଧ୍ୟକ୍ଷଙ୍କ ବଦଳି ଦାବି

Team Odian News |

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା, ଅଧ୍ୟକ୍ଷଙ୍କ ବଦଳି  ଦାବି    
ରାଜକନିକ:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖ ଠାରୁ ସାଏନ୍‍ ଡ଼ାଏ ଘୋଷଣା ହୋଇଛି  । ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ  ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ  । ଏହି କାରଣକୁ ନେଇ ଶନିବାର ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି  । ଛାତ୍ରଛାତ୍ରୀ ମାନଙ୍କୁ ଅଶ୍ଳୀଳ ବ୍ୟବହାର , ଧମକ ଦେବା ସହିତ ଜୋର ଜବରଦସ୍ତ ଭାବେ କୋର୍ଟ ପିନ୍ଧିବାକୁ ବାଧ୍ୟ କରିବା ଘଟଣାକୁ ତୀବ୍ର ପ୍ରତିବାଦ କରିଛନ୍ତି  । ଅଧ୍ୟକ୍ଷଙ୍କ ଏଭଳି ବ୍ୟବହାର କାରଣରୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି   । ମହାବିଦ୍ୟାଳୟରେ ଭଲ ଶିକ୍ଷାଦାନ ବଦଳରେ ବାହ୍ୟ ଚାକଚକ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାର ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି  । ଶନିବାର ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ପକ୍ଷରୁ ଏକ ଅବିଭାବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ସମୟରେ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିରହିଥିଲେ  । ଆସନ୍ତା ସୋମବାର ଠାରୁ ମହାବିଦ୍ୟାଳୟ ଖୋଲାଯିବାକୁ କୁହାଯାଇଛି  । ହେଲେ ଏ ସଂପର୍କରେ ଧାରଣାରେ ବସିରହିଥିବା ଛାତ୍ରଛାତ୍ରୀମାନଙ୍କ ସହିତ କୌଣସି ଆଲୋଚନା ହୋଇନଥିବାର ଜଣାପଡ଼ିଛି  । ଯୁକ୍ତ ତିନି ଶେଷ ହେବାକୁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ଡ୍ରେସ୍‍ କୋଡ଼ ପିନ୍ଧି ଆସୁଛନ୍ତି  । ହେଲେ ନୂତନ କରି କୋର୍ଟ ପିନ୍ଧିବାକୁ ଅଯଥା ଖର୍ଚ୍ଚ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି  । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି  । ପ୍ରତ୍ୟାହାର କରାନଗଲେ ଧାରଣା ଅବ୍ୟାହତ ରହିବ ଛାତ୍ରଛାତ୍ରୀମାନେ କହିଛନ୍ତି  । ପ୍ରକାଶଥାଉକି ଗତ ଶନିବାର ମହାବିଦ୍ୟାଳୟରେ ଛାତ୍ରଆନ୍ଦୋଳନ ଦେଖାଦେଇଥିଲା  । ତିନି ଛାତ୍ରୀ ଗୁରୁତର ହୋଇପଡ଼ିଥିଲେ । ଯୁକ୍ତ ଦୁଇ ଛାତ୍ରୀ ପ୍ରଜ୍ଞାସିନୀ ମିଶ୍ରଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିତ୍ସାଳୟକୁ  ପଠାଇ ଦିଆଯାଇଥିଲା ।  ଏହା ସହିତ କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାଏନ୍‍ ଡ଼ାଏ ଘୋଷଣା କରାଯାଇଛି  ।