ଓଡିଆନ୍ ନ୍ୟୁଜ

100

ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

Team Odian News |

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ଅସିତ୍‌ ତ୍ରିପାଠୀ। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯୮୬ ବ୍ୟାଚ୍‌ର ‌ଆଇଏଏସ୍ ଶ୍ରୀ ତ୍ରିପାଠୀଙ୍କୁ କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢୀଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା।

ନୂଆ ପଦବୀରେ ଅବସ୍ଥାପିତ ହେବା ପରେ ବିଭିନ୍ନ ଯୋଜନାରେ ପାରଦର୍ଶିତା ପାଇଁ 5T ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ଫାଇଲ ଗୁଡ଼ିକ ରକେଟ ବେଗରେ ଯିବା ଦରକାର ବୋଲି କହିବା ସହ ଏ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି ମଧ୍ୟ କହିଛନ୍ତି।